KIMS କୋଭିଡ୍‌ ହସ୍ପିଟାଲ କରୋନା ଯୋଦ୍ଧାଙ୍କୁ ପୁଷ୍ପ ବୃଷ୍ଟି କରି ସଲାମ କଲେ ବାୟୁସେନା

ଭୁବନେଶ୍ୱର: ଦେଶର କୋଭିଡ୍‌ ହସ୍ପିଟାଲ ଗୁଡିକରେ ବାୟୁସେନା ପକ୍ଷରୁ ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି ହୋଇଛି । କିମ୍‌ସ କୋଭିଡ୍‌ ହସ୍ପିଟାଲରେ ମଧ୍ୟ ବାୟୁସେନା ପକ୍ଷରୁ ପୁଷ୍ପ ବୃଷ୍ଟି କରାଯାଇଛି । ଏଥିପାଇଁ କିମ୍‌ସ କର୍ତ୍ତୃପକ୍ଷ ବିଶେଷ ଆନନ୍ଦ ପ୍ରକାଶ କରିଛନ୍ତି । ପୁଷ୍ପ ବର୍ଷା କରି କିମ୍‌ସରେ କାର୍ଯ୍ୟରତ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ କିମ୍‌ସ ପକ୍ଷରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଯାଇଛି । ଏହା ଦ୍ୱାରା କିମ୍‌ସରେ ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ଓ ଅନ୍ୟ ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ପାଇବ ।

kims new ଏହା ସହ ସେମାନେ ଉତ୍ସାହିତ ହୋଇ କରୋନା ମୁକାବିଲା ପାଇଁ ଆଗେଇ ଆସିବେ ବୋଲି କିଟ୍‌, କିସ୍‌ ଓ କିମ୍‌ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି । କିମ୍‌ସରେ ଏହି କାର୍ଯ୍ୟକ୍ରମ ହୋଇଥିବାରୁ ଡକ୍ଟର ସାମନ୍ତ ଭାରତ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଡକ୍ଟର

ସାମନ୍ତ କହିଛନ୍ତି, କୋଭିଡ ହସ୍ପିଟାଲ ପାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଯୋଗ ଦେଇଥିବାରୁ ଆଜି ଏହା ସମ୍ଭବ ହୋଇପାରିଛି । ଏହି ଅବସରରେ ଡକ୍ଟର ସାମନ୍ତ ଡାକ୍ତରଙ୍କ ସମେତ ସମସ୍ତ କୋଭିଡ୍‌ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିଥିବାରୁ କରୋନା ଯୁଦ୍ଧ ପାଇଁ ଆଗେଇ ଆସିଛି ବୋଲି ଡାକ୍ତରମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.