ଲକଡାଉନରେ ୫୦୦ ଟଙ୍କା ସରକାରୀ ସାହାଯ୍ୟ ପାଇଁ ୫୦ କିମି ଚାଲିଲେ ବୃଦ୍ଧା, ଶେଷରେ ବ୍ୟାଙ୍କରେ ପହଁଚି ଜାଣିଲେ

କରୋନା ଭଳି ଏକ ଅଦୃଶ୍ୟ ଶତ୍ରୁ ପାଇଁ ସାରା ଦେଶରେ ଲକଡାଉନ ବା ତାଲା ବନ୍ଦ। ତାଲା ବନ୍ଦ କାରଣରୁ ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ଅନେକ ଅସୁବିଧାକୁ ସାମ୍ନା କରୁଛନ୍ତି। ଦୋକାନ ବଜାର ବନ୍ଦ କାରଣରୁ କାମ ଧନ୍ଦା ବନ୍ଦ ଫଳରେ ଜୀବନ ଜୀବିକାକୁ ଦୋହଲାଇ ଦେଇଛି କରୋନା। ଆଉ ଯଦି ଆମେ କହିବୁ ଏହି ଲକଡାଉନ ପାଇଁ ସବୁଠାରୁ ଅଧିକ ସମସ୍ୟା ତଥା ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି ବୟସ୍କ ଗରିବ ଏବଂ ଅସହାୟ ତେବେ ଭୁଲ ହେବନାହିଁ।

ସଂକଟର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କ ସାହାଯ୍ୟ ହିଁ ଏମାନଙ୍କର ଏକମାତ୍ର ମାଧ୍ୟମ। ଆଉ ଥରେ ଭାବନ୍ତୁ ତ ଏହି ଗୋଟିକ ସାହାଯ୍ୟ ଯଦି ବନ୍ଦ ହୋଇଯାଏ ତାହେଲେ ସେମାନଙ୍କର ସ୍ଥିତି କଣ ହେବ। ଠିକ ଏମିତି ଏକ ଘଟଣା ଜଣେ ବୃଦ୍ଧାଙ୍କ ସହିତ ଘଟିଛି।

oldସୂଚନା ଅନୁଯାୟୀ ଫିରୋଜାବାଦ ଥାନା ପଚୋଖରା ଗାଁର ହିମ୍ମତପୁର ନିବାସୀ ୭୨ ବର୍ଷୀୟ ବୃଦ୍ଧାଙ୍କ ସ୍ୱାମୀ ଆଗ୍ରାରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି। କିନ୍ତୁ ଲକଡାଉନ କାରଣରୁ କାମ ବନ୍ଦ ପଡିଛି ଯେଉଁ କାରଣରୁ ବୃଦ୍ଧାଙ୍କ ପାଖରେ ଖାଇବାକୁ ଟଙ୍କାଟିଏ ବି ନାହିଁ। ନା ତାଙ୍କ ପାଖରେ ଆଉ କିଛି ସରକାରୀ ସୁବିଧା ରହିଛି ନା ଅଛି କୌଣସି ରାସନ କାର୍ଡ।

କାହା ପାଖରୁ ଶୁଣିବାକୁ ପାଇଲେ ଯେ ସରକାର ଗରିବଙ୍କ ଖାତାରେ ୫୦୦ ଟଙ୍କା ଲେଖାଏଁ ଦେଉଛନ୍ତି। ଆଉ ସରକାରଙ୍କ ସାହାଯ୍ୟ ପାଇବା ଲକ୍ଷରେ ଜଣେ ବୃଦ୍ଧା ନିଜ ମନରେ ଅନେକ ଆଶା ରଖି ଏହା ଶୁଣିବା ପରେ ଭୋକ ଶୋଷ ଭୁଲି ରାତିରେ ରାତିରେ ହିଁ ୫୦ କିମି ପାଦରେ ଚାଲି ଚାଲି ବ୍ୟାଙ୍କ ପାଖରେ ପହଁଚିଲେ। କିନ୍ତୁ ସକାଳେ ସେଠାରେ ପହଂଚିବା ପରେ ତାଙ୍କର ସବୁ ଆଶା ଚୁରମାର ହେଇଗଲା। କାହିଁକିନା ସେ ଜାଣିବାକୁ ପାଇଲେ ଯେ ସରକାରଙ୍କ ସାହାଯ୍ୟ ତାଙ୍କ ଖାତାକୁ ଆସି ହିଁ ନାହିଁ। ଆଉ ସେ ଏହା ଶୁଣି ହତାଶ ହୋଇଗଲେ ଆଉ ଶେଷରେ ନିଜ ଘରକୁ ଫେରି ଆସିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.