ଦୂରଦର୍ଶନରୁ ବିଦାୟ ନେଲା ‘ରାମାୟଣ’, ଭାବୁକ ହୋଇପଡ଼ିଲେ ଦର୍ଶକ, ଜାଣନ୍ତୁ କେଉଁଟା ଥିଲା ସବୁଠାରୁ କଠିନ ସିନ

ଦୂରଦର୍ଶନରେ ସମାପ୍ତ ହୋଇଛି ‘ରାମାୟଣ’। ରାମାନନ୍ଦ ସାଗରଙ୍କ ଏହି ଲୋକପ୍ରିୟ ପୌରାଣିକ ଧାରାବାହିକର ଶେଷ ଏପିସୋଡ ଶନିବାର ଅର୍ଥାତ 2 ମେ’ରେ ପ୍ରସାରଣ କରାଯାଇଥିଲା। ଏହି ସମୟରେ ଦର୍ଶକ ବେଶ ଭାବୁକ ହୋଇପଡିଥିଲେ। ‘ରାମାୟଣ’କୁ ନେଇ ଶନିବାର ରାତିରେ ଟୁଇଟରରେ  #Ramayana, #UttarRamayanfinale ଭଳି କେତେକ ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଥିବାର ନଜର ଆସିଥିଲା।

ତେବେ ଏହାରି ଭିତରେ ‘ରାମାୟଣ’ରେ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ସୋସିଆଲ ମିଡ଼ିଆ ଜରିଆରେ ଶୋ’ ସହ ଜଡିତ ଏକ ସିନର ଖୁଲାସା କରିଥିଲେ। ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହ ସିଧା କଥା ହେବା ପାଇଁ ଅରୁଣ #AskArun ଜରିଆରେ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ଜଣେ ଫ୍ୟାନ ତାଙ୍କୁ ରାମାୟଣର ସବୁଠାରୁ କଠିନ ସିନ ବିଷୟରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅରୁଣ କହିଥିଲେ, ‘ରାଜା ଦଶରଥଙ୍କ ମୃତ୍ୟୁ ଖବର ଶୁଣିବା ଏବଂ ଏହା ଉପରେ ପ୍ରତିକ୍ରିୟା ଦେବା, ସବୁଠାରୁ କଠିନ ସିନ ଥିଲା’। ସେହିପରି ଆଉ ଜଣେ ଫ୍ୟାନ ପଚାରିଥିଲେ, ‘କରୋନା ଭାଇରସଠାରୁ କେବେ ମୁକ୍ତି ମିଳିବ ପ୍ରଭୁ’? ଅରୁଣ କହିଥିଲେ, ‘ସମସ୍ତଙ୍କ ପ୍ରୟାସରେ ଖୁବଶୀଘ୍ର ମୁକ୍ତି ମିଳିବ’।

କହି ରଖୁଛୁ, ଲକଡାଉନ ସମୟରେ ଦୂରଦର୍ଶନରେ ଦର୍ଶକଙ୍କ ପାଇଁ ‘ରାମାୟଣ’କୁ ପୁନଃପ୍ରସାରଣ କରାଯାଇଥିଲା। ଏହାର ଲୋକପ୍ରିୟତା ଏତେ ବଢିଯାଇଥିଲା ଯେ ଏହା ସବୁ ଶୋ’କୁ ପଛରେ ପକାଇ 1 ନମ୍ବରରେ ରହିଥିଲା। ଏପରିକି, ଏଥିରେ ଅଭିନୟ କରିଥିବା କଳାକାରମାନଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ଖୁବ ବଢିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.