ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମଙ୍କୁ ଜାମିନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମଙ୍କୁ ଜାମିନ। ୧୦୭ ଦିନ ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମିଳିିଛି ଜାମିନ। ଆଇଏନଏକ୍ସ ମିଡିଆ ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ମିଳିଛି। ୨ଜଣ ଜାମିନଦାର ଓ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରିଦେଇଛନ୍ତି।

ଏହାସହ ପଢନ୍ତୁ:

ପୁଣି ନିଜର କଳା ସାମ୍ରାଜ୍ୟ ଆରମ୍ଭ କଲେଣି ଭଣ୍ଡ ବାବା ନିତ୍ୟାନନ୍ଦ

ତେବେ ଜେଲରୁ ମୁକୁଳିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ କିଛି ସର୍ତ୍ତ ରଖିଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଭ୍ରମଣ କରି ପାରିବେନି ପି. ଚିଦାମ୍ବରମ । ମାମଲା ସଂପର୍କିତ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା ସାଧାରଣରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଆଦେଶ ଦେଇଛନ୍ତି। ୧୭ ଅକ୍ଟୋବର ଠାରୁ ଇଡି ପକ୍ଷରୁ ମାମଲାରେ ତିହାର ଜେଲରେ ଥିଲେ। ଏହାପୂର୍ବରୁ ଆଇଏନଏକ୍ସ ଦୁର୍ନୀତି ନେଇ ସିବିଆଇ ମାମଲାରେ ଜାମିନ ମିଳିସାରିଛି।

ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ବିଦେଶୀ ପୁଞ୍ଜି ନିବେଶ ନେଇ ପି. ଚିଦାମ୍ବରମ ନିୟମର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ଅଗଷ୍ଟ ୨୦ ତାରିଖରେ ତାଙ୍କୁ ଗିରଫ କରିଥିଲା ସିବିଆଇ। ପରେ ତିନି ଥର ରିମାଣ୍ଡରେ ନେଇ ୧୪ ଦିନ ଧରି ପଚରାଉଚୁରା କରିଥିଲା। ରିମାଣ୍ଡ ଅବଧି ଶେଷ ହେବାପରେ ଇଡି ତାଙ୍କୁ ଗିରଫ କରିଥିଲା।

Sonalisa

Recent Posts

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

26 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

1 hour ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

3 hours ago