Below header

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମଙ୍କୁ ଜାମିନ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦମ୍ବରମଙ୍କୁ ଜାମିନ। ୧୦୭ ଦିନ ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମିଳିିଛି ଜାମିନ। ଆଇଏନଏକ୍ସ ମିଡିଆ ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାରେ ଜାମିନ ମିଳିଛି। ୨ଜଣ ଜାମିନଦାର ଓ ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଆଦେଶକୁ ରଦ୍ଦ କରିଦେଇଛନ୍ତି।

ଏହାସହ ପଢନ୍ତୁ:

ପୁଣି ନିଜର କଳା ସାମ୍ରାଜ୍ୟ ଆରମ୍ଭ କଲେଣି ଭଣ୍ଡ ବାବା ନିତ୍ୟାନନ୍ଦ

ତେବେ ଜେଲରୁ ମୁକୁଳିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ କିଛି ସର୍ତ୍ତ ରଖିଛନ୍ତି। କୋର୍ଟଙ୍କ ବିନା ଅନୁମତିରେ ବିଦେଶ ଭ୍ରମଣ କରି ପାରିବେନି ପି. ଚିଦାମ୍ବରମ । ମାମଲା ସଂପର୍କିତ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ କିମ୍ବା ସାଧାରଣରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଆଦେଶ ଦେଇଛନ୍ତି। ୧୭ ଅକ୍ଟୋବର ଠାରୁ ଇଡି ପକ୍ଷରୁ ମାମଲାରେ ତିହାର ଜେଲରେ ଥିଲେ। ଏହାପୂର୍ବରୁ ଆଇଏନଏକ୍ସ ଦୁର୍ନୀତି ନେଇ ସିବିଆଇ ମାମଲାରେ ଜାମିନ ମିଳିସାରିଛି।

chidambaram ଆଇଏନଏକ୍ସ ମିଡିଆ ଦୁର୍ନୀତିରେ ବିଦେଶୀ ପୁଞ୍ଜି ନିବେଶ ନେଇ ପି. ଚିଦାମ୍ବରମ ନିୟମର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଗତ ଅଗଷ୍ଟ ୨୦ ତାରିଖରେ ତାଙ୍କୁ ଗିରଫ କରିଥିଲା ସିବିଆଇ। ପରେ ତିନି ଥର ରିମାଣ୍ଡରେ ନେଇ ୧୪ ଦିନ ଧରି ପଚରାଉଚୁରା କରିଥିଲା। ରିମାଣ୍ଡ ଅବଧି ଶେଷ ହେବାପରେ ଇଡି ତାଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.