ଦେଶ ବିଦେଶ

ହମାସ୍‌କୁ ସମର୍ଥନ ଜଣାଇଲେ ପାକିସ୍ତାନର ଶୀର୍ଷ ନେତା; କହିଲେ, ଇସ୍ରାଏଲ୍‌ ବିରୁଦ୍ଧରେ ଏକଜୁଟ୍‌ ହେବା ମୁସଲମାନ ଦେଶର କର୍ତ୍ତବ୍ୟ

ହମାସ୍‌ର ବିନାଶ ପାଇଁ ଇସ୍ରାଏଲ୍ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରୁଛନ୍ତି। ଏହାରି ଭିତରେ ପାକିସ୍ତାନ ମଧ୍ୟ ହମାସ ସହିତ ଛିଡା ହୋଇଛି।

ପାକିସ୍ତାନର ଜମିୟତ୍‌ ଉଲେମା-ଏ-ଇସଲାମ ଫଜଲ (JUI-F)ର ମୁଖ୍ୟ ମୌଲାନା ଫଜଲୁର ରେହମାନ ଗତକାଲି କତାରରେ ହମାସ ମୁଖ୍ୟଙ୍କୁ ଭେଟିଥିଲେ ଏବଂ ସମର୍ଥନ ଦେବା କଥା କହିଥିଲେ।

JUI-Fର ନେତାମାନେ ହମାସ ନେତାଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ସମର୍ଥନକୁ ନିଶ୍ଚିତ କରିଥିଲେ ଏବଂ କହିଥିଲେ କି, ଇସ୍ରାଏଲର ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହେବା ମୁସଲମାନ ଦୁନିଆର କର୍ତ୍ତବ୍ୟ। JUI-F ‘ଏକ୍ସ’ରେ କହିଛି, ମୌଲାନା କତାରରେ ହମାସ୍‌ର ପୂର୍ବତନ ମୁଖ୍ୟ ଖାଲିଦ ମେସାଲ ଏବଂ ପଲିଟିକାଲ୍‌ ହେଡ୍‌ ଇସମାଇଲ ହନିୟେହଙ୍କୁ ଭେଟିଛନ୍ତି।

ମୌଲାନା କହିଛନ୍ତି ଯେ ଇସ୍ରାଏଲ ଅତ୍ୟାଚାର ମାଧ୍ୟମରେ ପାଲେଷ୍ଟାଇନରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏହା ସହିତ ଅଲ-ଅକସା ମସଜିଦର ସ୍ଥିତି ବଦଳାଇବାକୁ ମଧ୍ୟ ଉଦ୍ୟମ କରାଯାଉଛି।

ରିପୋର୍ଟ ଅନୁଯାୟୀ, ମୌଲାନା ସମସ୍ତ ମୁସଲମାନ ଲୋକ ଏବଂ ଦେଶକୁ ପାଲେଷ୍ଟାଇନର ସମର୍ଥନରେ କାନ୍ଧରେ କାନ୍ଧ ମିଶାଇ ଛିଡା ହେବାକୁ କହିଛନ୍ତି। ପାକ୍‌ ନେତା କହିଛନ୍ତି ଯେ ପାଲେଷ୍ଟାଇନମାନେ କେବଳ ନିଜ ଜମି ପାଇଁ ଲଢ଼ୁ ନାହାନ୍ତି, ବରଂ ଅଲ-ଅକସାର ସ୍ୱାଧୀନତା ପାଇଁ ମଧ୍ୟ ଲଢ଼େଇ କରୁଛନ୍ତି।

Roshni

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

45 mins ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

2 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

3 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

5 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

6 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

6 hours ago