ହମାସ୍କୁ ସମର୍ଥନ ଜଣାଇଲେ ପାକିସ୍ତାନର ଶୀର୍ଷ ନେତା; କହିଲେ, ଇସ୍ରାଏଲ୍ ବିରୁଦ୍ଧରେ ଏକଜୁଟ୍ ହେବା ମୁସଲମାନ ଦେଶର କର୍ତ୍ତବ୍ୟ
ହମାସ୍ର ବିନାଶ ପାଇଁ ଇସ୍ରାଏଲ୍ କ୍ରମାଗତ ଭାବରେ ନିଜର ଆକ୍ରମଣକୁ ଜୋରଦାର କରୁଛି। ଗାଜା ଉପରେ ଚାଲିଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ମୁସଲମାନ ଦେଶ ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରୁଛନ୍ତି। ଏହାରି ଭିତରେ ପାକିସ୍ତାନ ମଧ୍ୟ ହମାସ ସହିତ ଛିଡା ହୋଇଛି।

ପାକିସ୍ତାନର ଜମିୟତ୍ ଉଲେମା-ଏ-ଇସଲାମ ଫଜଲ (JUI-F)ର ମୁଖ୍ୟ ମୌଲାନା ଫଜଲୁର ରେହମାନ ଗତକାଲି କତାରରେ ହମାସ ମୁଖ୍ୟଙ୍କୁ ଭେଟିଥିଲେ ଏବଂ ସମର୍ଥନ ଦେବା କଥା କହିଥିଲେ।
JUI-Fର ନେତାମାନେ ହମାସ ନେତାଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ସମର୍ଥନକୁ ନିଶ୍ଚିତ କରିଥିଲେ ଏବଂ କହିଥିଲେ କି, ଇସ୍ରାଏଲର ଅନ୍ୟାୟ ବିରୁଦ୍ଧରେ ଏକଜୁଟ ହେବା ମୁସଲମାନ ଦୁନିଆର କର୍ତ୍ତବ୍ୟ। JUI-F ‘ଏକ୍ସ’ରେ କହିଛି, ମୌଲାନା କତାରରେ ହମାସ୍ର ପୂର୍ବତନ ମୁଖ୍ୟ ଖାଲିଦ ମେସାଲ ଏବଂ ପଲିଟିକାଲ୍ ହେଡ୍ ଇସମାଇଲ ହନିୟେହଙ୍କୁ ଭେଟିଛନ୍ତି।
ମୌଲାନା କହିଛନ୍ତି ଯେ ଇସ୍ରାଏଲ ଅତ୍ୟାଚାର ମାଧ୍ୟମରେ ପାଲେଷ୍ଟାଇନରେ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ଏହା ସହିତ ଅଲ-ଅକସା ମସଜିଦର ସ୍ଥିତି ବଦଳାଇବାକୁ ମଧ୍ୟ ଉଦ୍ୟମ କରାଯାଉଛି।
ରିପୋର୍ଟ ଅନୁଯାୟୀ, ମୌଲାନା ସମସ୍ତ ମୁସଲମାନ ଲୋକ ଏବଂ ଦେଶକୁ ପାଲେଷ୍ଟାଇନର ସମର୍ଥନରେ କାନ୍ଧରେ କାନ୍ଧ ମିଶାଇ ଛିଡା ହେବାକୁ କହିଛନ୍ତି। ପାକ୍ ନେତା କହିଛନ୍ତି ଯେ ପାଲେଷ୍ଟାଇନମାନେ କେବଳ ନିଜ ଜମି ପାଇଁ ଲଢ଼ୁ ନାହାନ୍ତି, ବରଂ ଅଲ-ଅକସାର ସ୍ୱାଧୀନତା ପାଇଁ ମଧ୍ୟ ଲଢ଼େଇ କରୁଛନ୍ତି।