Below header

ଜାଣନ୍ତୁ CSR ଆକ୍ଟ କ’ଣ ? କିପରି ଭାବେ ଏହା କାମରେ ଆସିଥାଏ

ଯେଉଁମାନେ ବ୍ୟବସାୟ କରୁଥାନ୍ତି ସେମାନେ ତ ନିହାତି CSR ନାମ ଶୁଣିଥିବେ । ହେଲେ ପ୍ରାୟତଃ ଯେଉଁମାନେ ଏହି ଫିଲ୍ଡିର ହୋଇନଥାନ୍ତି, ସେମାନେ କେବେ ଚିନ୍ତା କରିଛନ୍ତି କି ଏହାର ମାନେ କ’ଣ ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହାର ମାନେ କ’ଣ ହୋଇଥାଏ ।

ଯେଉଁମାନେ ବ୍ୟବସାୟ କରୁଥାନ୍ତି ସେମାନେ ତ ନିହାତି CSR ନାମ ଶୁଣିଥିବେ । ହେଲେ ପ୍ରାୟତଃ ଯେଉଁମାନେ ଏହି ଫିଲ୍ଡିର ହୋଇନଥାନ୍ତି, ସେମାନେ କେବେ ଚିନ୍ତା କରିଛନ୍ତି କି ଏହାର ମାନେ କ’ଣ ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଏହାର ମାନେ କ’ଣ  । ତେବେ CSR ର ଅର୍ଥ ହେଉଛି କର୍ପୋରେଟ ସୋସିଆଲ ରେସପନ୍ସବିଲିଟି । ଏହା ଏକ ମ୍ୟାନେଜ୍‌ମେଣ୍ଟ ପ୍ରକ୍ରିୟା । CSR ଅଧୀନରେ କମ୍ପାନୀଗୁଡିକ ସେମାନଙ୍କ ବ୍ୟବସାୟରୁ ହେଉଥିବା ଲାଭର କିଛି ଅଂଶ ସାମାଜିକ ଏବଂ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ଖର୍ଚ୍ଚ କରନ୍ତି । CSR ଆକ୍ଟ ୨୦୧୩ ଅନୁଯାୟୀ, ସମସ୍ତ ବଡ ବ୍ୟବସାୟୀଙ୍କୁ ସେମାନଙ୍କ ମୋଟ ଲାଭର ୨% CSR ରେ ଖର୍ଚ୍ଚ କରିବାକୁ ପଡିବ । CSR ନିୟମ କେବଳ ଭାରତୀୟ କମ୍ପାନୀ ପାଇଁ ନୁହେଁ ବରଂ ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ବିଦେଶୀ କମ୍ପାନୀ ପାଇଁ ମଧ୍ୟ କାମରେ ଲାଗିଥାଏ ।

CSR କିପରି ଗଣାଯାଏ :
ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ଏକ କମ୍ପାନୀର CSR ଖର୍ଚ୍ଚ ଗତ ତିନି ଆର୍ଥିକ ବର୍ଷର ହାରାହାରି ଲାଭର ୨ ପ୍ରତିଶତ ଭାବରେ ନିର୍ଣ୍ଣୟ କରାଯାଏ । CSR ନିୟମ ଅନୁଯାୟୀ, ହାରାହାରି ଲାଭର ୨% ଟିକସ ପୂର୍ବରୁ ଲାଭ ହିସାବ ଧରାଯାଏ । CSR ଖର୍ଚ୍ଚରେ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ପରିବେଶ ସୁରକ୍ଷା ଏବଂ ବ୍ୟକ୍ତିବିଶେଷଙ୍କ ଦକ୍ଷତା ଅନ୍ତର୍ଭୁକ୍ତ ରହିଥାଏ । ତେବେ ଧରାଯାଉ ଯଦି ତିନି ବର୍ଷ ପାଇଁ ଏକ କମ୍ପାନୀର ହାରାହାରି ଲାଭ ହେଉଛି ୧୦୦ କୋଟି, ତେବେ ଏହାକୁ CSR ଭାବରେ 2 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି CSR ଆକ୍ଟ କେବଳ ବଡ କମ୍ପାନୀ ପାଇଁ ହୋଇଥାଏ ।

କମ୍ପାନୀଗୁଡିକ ଏହିପରି କାର୍ଯ୍ୟ କରନ୍ତି :
ଏହି ନିୟମ କମ୍ପାନୀରେ କାମ କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ବାହାରର ସାମାଜିକ କାର୍ଯ୍ୟ ପାଇଁ ମଧ୍ୟ ହୋଇଥାଏ । କମ୍ପାନୀଗୁଡିକ ଏଥିପାଇଁ ନିଜ ସେକ୍ଟରର ନିଷ୍ପତ୍ତି ନେବା ସହ ବିଭିନ୍ନ ସେକ୍ଟର ବିଷୟରେ ମଧ୍ୟ ନିଷ୍ପତ୍ତି ନିଅନ୍ତି । ଏଥିପାଇଁ, ସେମାନଙ୍କ ଦ୍ୱାରା CSRର ସମସ୍ତ କାର୍ଯ୍ୟ ମଧ୍ୟ କରାଯାଏ । ଧରାଯାଉ ରିଲିଗେୟର୍ ଏଣ୍ଟରପ୍ରାଇଜେସ୍ ନାମକ ଏକ କମ୍ପାନୀ AWWA ସହ ମିଶି CSR କରୁଛି । ଏଥିପାଇଁ ଏହି କମ୍ପାନୀ ନୂଆଦିଲ୍ଲୀର ଆଶା ବିଦ୍ୟାଳୟକୁ ଆଧୁନିକୀକରଣ କରିବା ପାଇଁ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ AWWA ର ଅର୍ଥ ହେଉଛି ‘ଆର୍ମି ୱିଭସ୍ ୱେଲଫେୟାର ଆସୋସିଏସନ୍ ’  । ଏହା ଆର୍ମି ବ୍ୟକ୍‌ଗ୍ରାଉଣ୍ଟର ଲୋକଙ୍କ ପାଇଁ ସାହାଯ୍ୟକାରୀ ହୋଇଥାଏ । ଏହି ଆଶା ବିଦ୍ୟାଳୟଗୁଡ଼ିକ ଭାରତର ବିଭିନ୍ନ ସହରରେ ପ୍ରାୟ ୧୨୦୦ ପିଲାଙ୍କୁ ପୋଷଣ କରୁଛନ୍ତି । ସେଥିମଧ୍ୟରୁ ୫୦୦ ପିଲା ଏବେ ସେନାରେ ଥିବା ଲୋକ ଏବଂ ପୂର୍ବରୁ ସେନାରେ ଥିବା ଲୋକଙ୍କ ପିଲାଙ୍କ ପାଇଁ ହୋଇଥାଏ । ଆଉ ୫୦୦ ପିଲା ସାଧାରଣ ଲୋକଙ୍କ ମଧ୍ୟରୁ ହୋଇଥାନ୍ତି ।

ସୂଚନା ମୁତାବକ, ଏହି କମ୍ପାନୀଗୁଡିକ ମଧ୍ୟ ଛାତ୍ରମାନଙ୍କୁ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ସେହି ପିଲାମାନଙ୍କୁ ନିଜ କମ୍ପାନୀରେ କାମ କରାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.