ଗାଜାରେ ମରିଛନ୍ତି ମିଳିତ ଜାତିସଂଘର ୮୮ କର୍ମଚାରୀ; ଇସ୍ରାଏଲ୍‌ କହିଲା, ହମାସ୍‌ର ବିନାଶ ଯାଏ ଜାରି ରହିବ ଯୁଦ୍ଧ

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ମିଳିତ ଜାତିସଂଘର ୮୮ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମିଳିତ ଜାତିସଂଘ କହିଛି ଯେ ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହାର ୮୮ କର୍ମଚାରୀ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁସାରେ, UN ଜୋର୍‌ ଦେଇ କହିଛି, ଗାଜାରେ ୮୮ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ଯାହା କୌଣସି ବି ଯୁଦ୍ଧରେ ହୋଇଥିବା ମୃତ୍ୟୁର ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ସଂଖ୍ୟା।

ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭରୁ ପାଲେଷ୍ଟାଇନ ଶରଣାର୍ଥୀ ଏଜେନ୍ସି ‘UNRWA’ର ୮୮ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। UNର ସମସ୍ତ ପ୍ରମୁଖ ଏଜେନ୍ସିର ମୁଖ୍ୟଙ୍କ ମିଳିତ ବୟାନରେ କୁହାଯାଇଛି ଯେ କୌଣସି ଯୁଦ୍ଧରେ ମିଳିତ ଜାତିସଂଘ ମୃତ୍ୟୁର ଏହା ହେଉଛି ସର୍ବାଧିକ ସଂଖ୍ୟା।

ଗାଜାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଆକ୍ରୋଶ ବ୍ୟକ୍ତ କରାଯିବା ସହିତ ତୁରନ୍ତ ମାନବୀୟ ଅସ୍ତ୍ରବିରତିର ଆହ୍ଵାନ କରାଯାଇଛି। ଏହାରି ଭିତରେ ଇସ୍ରାଏଲରୁ ଅପହରଣ କରାଯାଇଥିବା ବନ୍ଧକମାନଙ୍କୁ ହମାସ ମୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ରବିବାର ଘୋଷଣା କରିଥିଲେ ଯେ ଯେପର୍ଯ୍ୟନ୍ତ ହମାସ ଆତଙ୍କବାଦୀ ଗୋଷ୍ଠୀ ଏହାର ବନ୍ଧକମାନଙ୍କୁ ମୁକ୍ତ ନ କରିଛି, ସେପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧବିରାମ ଉପରେ ସହମତ ହେବ ନାହିଁ। ବେଞ୍ଜାମିନ୍ ନେତନ୍ୟାହୁଙ୍କ କାର୍ଯ୍ୟାଳୟରୁ ଜାରି ଏକ ବୟାନରେ କୁହାଯାଇଛି, ‘ଆମେ ଏହି ଯୁଦ୍ଧ ସେ ପର୍ଯ୍ୟନ୍ତ ଜାରି ରଖିବୁ, ଯେ ପର୍ଯ୍ୟନ୍ତ ଆମେ ହମାସ୍‌କୁ ହରାଇ ନାହୁଁ’। ତେବେ ରିପୋର୍ଟ ମୁତାବକ, ଗାଜାରେ ୨୪୦ ଜଣ ଇସ୍ରାଏଲ୍‌ ନାଗରିକଙ୍କୁ ବନ୍ଧକ କରି ରଖାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.