ମାର୍ଗି ହେଲେ ଶନିଦେବ: ଏହି ରାଶିଙ୍କ ଦୂର ହେବ ସମସ୍ତ କଷ୍ଟ

ଜୁନ ୨୦୨୩ରେ ଶନି ଦେବ ବକ୍ର ହୋଇଥିଲେ ଏବଂ ସେ ୪ ନଭେମ୍ବରରେ ମାର୍ଗି ହୋଇଛନ୍ତି । ଯାହା ଦ୍ୱାରା କିଛି ରାଶିଙ୍କ ଉପରେ ଶନିଦେବଙ୍କ ଶାଢ଼େସାତି ଏବଂ ଅଢ଼େଇ ବର୍ଷର ପ୍ରଭାବ ଶେଷ ହୋଇଯାଇଛି । ବର୍ତ୍ତମାନ ଏହି ରାଶିଙ୍କୁ ଭାଗ୍ୟ ସହାୟକ ହେବ ।

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଦେବଙ୍କ ଚଳନରେ ଯେତେବେଳେ ବି ପରିବର୍ତ୍ତନ ହୁଏ । ସେତେବେଳେ କିଛି ରାଶି ଉପରେ ଶନିଙ୍କ ସାଢେ ସାତ ବର୍ଷ ଏବଂ ଅଢ଼େଇ ବର୍ଷ ଆରମ୍ଭ ହୋଇଥାଏ ତ କିଛି ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ଶେଷ ହୋଇଥାଏ । ତେବେ ଜୁନ ୨୦୨୩ରେ ଶନି ଦେବ ବକ୍ର ହୋଇଥିଲେ ଏବଂ ସେ ୪ ନଭେମ୍ବରରେ ମାର୍ଗି ହୋଇଛନ୍ତି । ଯାହା ଦ୍ୱାରା କିଛି ରାଶିଙ୍କ ଉପରେ ଶନିଦେବଙ୍କ ଶାଢ଼େସାତି ଏବଂ ଅଢ଼େଇ ବର୍ଷର ପ୍ରଭାବ ଶେଷ ହୋଇଯାଇଛି । ବର୍ତ୍ତମାନ ଏହି ରାଶିଙ୍କୁ ଭାଗ୍ୟ ସହାୟକ ହେବ । ଏହା ସହ ସେହି ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଏହାର ପ୍ରଭାବ ପଡ଼ୁଛି ।

ଏହି ରାଶିମାନଙ୍କ ଉପରେ ଶେଷ ହେବ ଅଢ଼େଇ ବର୍ଷର ଅଶୁଭ ପ୍ରଭାବ:
ବୈଦିକ ଜ୍ୟୋତିଷ ଅନୁସାରେ କୁମ୍ଭ ରାଶିରେ ଶନି ମାର୍ଗି ହେବା ଦ୍ୱାରା କର୍କଟ ଏବଂ ବୃଷ ରାଶିର ଜାତକ ଉପରେ ଅଢ଼େଇ ବର୍ଷର ଖରାପ ପ୍ରଭାବ ଶେଷ ହୋଇଯାଇଛି । କାରଣ ଶନି ଦେବ କର୍କଟ ରାଶିର ବ୍ୟକ୍ତିଙ୍କ ଗୋଚର କୁଣ୍ଡଳୀରେ ଅଷ୍ଟମ ଏବଂ ବୃଷ ରାଶିର ବ୍ୟକ୍ତିଙ୍କ ଗୋଚର କୁଣ୍ଡଳୀରେ ଚୁତର୍ଥ ଭାବରେ ଚଳନ କରୁଛନ୍ତି । ଏଥିପାଇଁ ଶନିଦେବ ମାର୍ଗି ହେବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ । ଏହା ସହିତ ଏହି ରାଶିର ବ୍ୟକ୍ତିଙ୍କ ଠାରେ ଯେଉଁ ସମସ୍ୟା ହେଉଥିଲା ସେଥିରୁ ମୁକ୍ତ ହେବେ । ଭାଗ୍ୟ ଏହି ବ୍ୟକ୍ତିଙ୍କୁ ସହାୟ ହେବ । ବ୍ୟବସାୟୀଙ୍କୁ ଧନଲାଭ ହେବ । ଏହା ସହିତ କାମ- ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା ଆପଣମାନେ କରିପାରିବେ, ଯାହା ଶୁଭ ହେବ ।

ଏହି ରାଶିରେ ଶେଷ ହେବ ସାଢ଼େ ସାତ ବର୍ଷର ଅଶୁଭ ପ୍ରଭାବ:
ଶନି ଦେବ ମାର୍ଗି ହେବା ଫଳରେ ମୀନ ରାଶିର ବ୍ୟକ୍ତିଙ୍କ ଉପରୁ ସାଢ଼େ ସାତ ବର୍ଷର କଷ୍ଟମୟ ସମୟ ଦୂର ହେବ । ଅନ୍ୟପଟେ କୁମ୍ଭ ରାଶିରେ ଦ୍ୱିତୀୟ ଚରଣ ଏବଂ ମକର ରାଶିରେ ତୃତୀୟ ଚରଣ ଚାଲିଛି । ଏଥିପାଇଁ ଶନିଦେବ ମାର୍ଗି ହେବା ଫଳରେ ମୀନ, କୁମ୍ଭ ଏବଂ ମକର ରାଶିର ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ମିଳିବା ଆରମ୍ଭ ହେବ । କାରଣ ଶନିଦେବ ବକ୍ରି ହେବା ଦ୍ୱାରା ଏହି ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏହା ସହିତ ବର୍ତ୍ତମାନ ଏହି ରାଶିର ବ୍ୟକ୍ତିଙ୍କୁ ଆକସ୍ମିକ ଭାବେ ଧନପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ ।

ଏହା ସହିତ ବ୍ୟବସାୟୀମାନଙ୍କର ପୂର୍ବ ଅପେକ୍ଷା ବ୍ୟବସାୟ ଭଲ ଚାଲିବ । ଏହି ସମୟରେ ବ୍ୟବସାୟରେ ଲାଭ ମିଳିବ । କିନ୍ତୁ ଏହି ରାଶିର ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିପାରେ । ଏଥିପାଇଁ ଏହି ରାଶିର ବ୍ୟକ୍ତିମାନେ ଶନିବାର ଦିନ ଶନି ମନ୍ଦିର ଯାଇ ସୋରିଷ ତେଲର ଦୀପ ଶନିଙ୍କ ପ୍ରତିମା ସମ୍ମୁଖରେ ଜଳାଇବା ଉଚିତ । ଏହା ସହିତ ଶନି ଚାଳିସା ପାଠ କରିବା ଦ୍ୱାରା ବିପଦ ଦୂର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.