Below header

ଦିଲ୍ଲୀକୁ ଫେରିଲା ଅଡ୍‌-ଇଭିନ୍ ଫର୍ମୁଲା, ୧୩ ରୁ ୨୦ ପର୍ଯ୍ୟନ୍ତ ନିୟମ ଲାଗୁ

ଦିଲ୍ଲୀରେ ପ୍ରଦୂଷଣ ଲଗାତାର ବୃଦ୍ଧି ପାଉଥିବା ଯୋଗୁଁ ଲାଗୁ ହେଲା ଅଡ୍‌-ଇଭିନ୍‌ ଫର୍ମୁଲା । ୧୩ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ । ଏ ନେଇ କାର୍ଯ୍ୟସୂଚୀ ଜାରି କରାଯିବ ।

ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ସ୍ଥିତି ଦେଖି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବଡ ନିଷ୍ପତ୍ତି ନେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ୧୩ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଲାଗୁ ରହିବ ଅଡ-ଇଭିନ୍ ଫର୍ମୁଲା ଲାଗୁ କରିଛନ୍ତି ସରକାର । ଏହା ଅଧୀନରେ ସପ୍ତାହରେ କିଛି ଦିନ କେବଳ ଇଭିନ୍ ନମ୍ବର ପ୍ଲେଟ୍ ଥିବା ଯାନଗୁଡିକ ରାସ୍ତାରେ ଚାଲିପାରିବ ଏବଂ ଅବଶିଷ୍ଟ ଦିନରେ ଅଡ୍ ନମ୍ବର ପ୍ଲେଟ୍ ଥିବା ଯାନଗୁଡିକ ଚାଲିବ । ଏଥିପାଇଁ ଏକ କାର୍ଯ୍ୟସୂଚୀ ଜାରି କରାଯିବ ।

ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ପ୍ରଦୂଷଣ ଲଗାତାର ଭାବେ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର ମୁଖ୍ୟ କାରଣ ହେଉଛି ତାପମାତ୍ରା କ୍ରମାଗତ ହ୍ରାସ ପାଉଛି ଏବଂ ପବନର ବେଗ ବହୁତ ଧୀର ହେଉଛି । ଆଜି ଏକ୍ୟୁଆଇ ୪୩୬ ରେ ପହଞ୍ଚିଛି । ଦିଲ୍ଲୀରେ ୩୬୫ ଦିନ ମଧ୍ୟରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ କାମ ଚାଲିଛି । ଏଭଳି ପରିସ୍ଥିତିରେ ଦିଲ୍ଲୀ ପାଇଁ ଗ୍ରୀଷ୍ମ ଏବଂ ଶୀତକାଳୀନ କାମ ଯୋଜନା କାର୍ଯ୍ୟକାରୀ ହେଉଛି । ୨୦୧୫ ମସିହାରେ ୩୬୫ ମଧ୍ୟରୁ ୧୦୯ ଟି ସ୍ୱଚ୍ଛ ଦିନ ଥିଲା, ଯାହା ଚଳିତ ବର୍ଷ ୨୦୬ କୁ ବୃଦ୍ଧି ପାଇଛି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସମୀକ୍ଷା ବୈଠକ କରିଛନ୍ତି । ଯେଉଁଥିରେ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ କାର୍ଯ୍ୟ ବିଷୟରେ କୁହାଯାଇଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଆବଶ୍ୟକ ସେବା ଯୋଗାଉଥିବା ଟ୍ରକ, ସିଏନଜି, ଇଲେକ୍ଟ୍ରି ଗାଡି ଛଡା ସମସ୍ତ ଟ୍ରକ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ ।

ଏହାପୂର୍ବରୁ ସରକାର ସ୍କୁଲଗୁଡିକୁ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି । ସେହିପରି କ୍ଲାସ ୬ରୁ କ୍ଲାସ ୯ମ ଏବଂ ୧୧ ପର୍ଯ୍ୟନ୍ତ ଅନଲାଇନ କ୍ଲାସ୍‌ ଚାଲିବ । କେବଳ ୧୦ମ ଏବଂ ୧୨ଶ ପିଲାଙ୍କ ପାଇଁ ସ୍କୁଲ ଖୋଲା ରହିବ । ୨୦୧୬ରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ଅଡ ଇଭିନ୍ ନମ୍ବର ଲାଗୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.