ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରଲ ପରେ ଆଇଟି ମନ୍ତ୍ରୀ ଦେଲେ ଚେତାବନୀ

ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରାନଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ।

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ ଭିଡିଓ ଭାଇରଲ ହେବା ପରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭାରତର ଆଇଟି ରୁଲ୍ ଅବମାନନା କରୁଥିବା ଯେକୌଣସି ବି ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ କୌଣସି ପ୍ରକାର ଭୁଲ୍ ତଥ୍ୟ ପୋଷ୍ଟ କରାଯାଇଛି ତେବେ ଏହାକୁ ୩୬ ଘଣ୍ଟା ମଧ୍ୟରେ ହଟାଇ ନେବା ଉଚିତ । ଯଦି ପ୍ଲାଟଫର୍ମ ପକ୍ଷରୁ ଏହା କରାନଯାଏ ତେବେ ସଂପୃକ୍ତ ବ୍ୟକ୍ତି ପ୍ଲାଟଫର୍ମ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇପାରିବେ ।

ସୋସିଆଲ ମିଡିଆ ଇନଫ୍ଲୁଏନସର ଜାରା ପଟେଲଙ୍କ ମୂଳ କ୍ଲିପ୍କୁ ଡିଜିଟାଲି ପରିବର୍ତ୍ତନ କରାଯାଇ ଏପରି କରାଯାଇଥିଲା । ଏହି ଭିଡିଓଟି ଭାଇରାଲ ହେବା ପରେ ଏହା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବହୁ ୟୁଜର୍ସ ଦାବି କରିଛନ୍ତି ।

ଏହାକୁ ନେଇ ରଶ୍ମିକା ମନ୍ଦାନା ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଏହା କେବଳ ମୋ’ ପାଇଁ ନୁହେଁ ବରଂ ସମସ୍ତଙ୍କ ପାଇଁ ଭୟଙ୍କର । ଏମିତି ଟେକ୍ନୋଲୋଜିର ଭୁଲ୍‌ ବ୍ୟବହାର ହେଉଛି । ଜଣେ ମହିଳା ଏବଂ ଅଭିନେତ୍ରୀ ହେବା ଦ୍ୱାରା ପରିବାର, ସାଙ୍ଗ ଏବଂ ଶୁଭଚିନ୍ତକଙ୍କ କୃତଜ୍ଞତା ଜଣାଉଛି । ଯଦି ସ୍କୁଲ କଲେଜରେ ପଢିବା ସମୟରେ ଏଭଳି ହୋଇଥାନ୍ତା, ତେବେ କେମିତି ଏହାକୁ ସାମ୍ନା କରିଥାନ୍ତି ।

deepfake video କ’ଣ ?

deepfake video ଭିଡିଓ ହେଉଛି ,ଏକ କ୍ଲିପ୍ ଯେଉଁଥିରେ ଜଣେ ବ୍ୟକ୍ତି ମୁହଁ ଓ ଶରୀରକୁ ଡିଜିଟାଲି ପରିବର୍ତ୍ତନ କରାଯାଇଥାଏ । ଫଳରେ ସେ ଅନ୍ୟଜଣଙ୍କ ପରି ଦେଖାଯାଇଥାନ୍ତି । ଜଣେ ସେଲିବ୍ରିଟି କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବିଷୟରେ ଲୋକଙ୍କୁ ଭୁଲ୍ ସୂଚନା ଦେବା ଲାଗି ଏହା ପ୍ରାୟତଃ କରାଯାଇଥାଏ । ଏହିପରି ଭାବରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ନେଇ ଏକ deepfake video ଭିଡିଓ ପ୍ରସ୍ତୁତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.