ଦେଶ ବିଦେଶ

ଏୟାର ଇଣ୍ଡିଆ ବିମାନରେ ହିଂସକ ହୋଇ ଉଠିଲେ ଯାତ୍ରୀ, ପତ୍ନୀଙ୍କ ଗଳା ଚାପି ମାରିବାକୁ କଲେ ଉଦ୍ୟମ

ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହାଇଭୋଲଟେଜ ଡ୍ରାମା । ଜଣେ ଯାତ୍ରୀ ନିଜ ଉପରୁ ନିୟନ୍ତ୍ରଣ ହରାଇ ପତ୍ନୀଙ୍କୁ ଗଳାଚାପି ମାରିବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି । ୭ରୁ ୮ ଘଣ୍ଟା ଏଭଳି ଡ୍ରାମା ଚାଲିଥିବା ବେଳେ ଡାକ୍ତରଙ୍କ ସହାୟତାରେ ବ୍ୟକ୍ତି ନିୟନ୍ତ୍ରଣକୁ ଆସିଥିଲେ ।

ଘଟଣା ମୁତାବକ, ଆମେରିକାର ନ୍ୟୁୟର୍କରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ଉଡାଣ ଭରିବର ୩-୪ ଘଣ୍ଟା ମଧ୍ୟରେ ବ୍ୟକ୍ତି ଜଣକ ହିଂସାତ୍ମକ ହୋଇଥିଲେ । ମୁମ୍ବାଇ ବ୍ୟକ୍ତି ଜଣକ ବିମାନକୁ ଅବତରଣ କରିବାକୁ କହିବା ସହିତ ପତ୍ନୀଙ୍କ ଗଳା ଚାପି ମାରିବାକୁ ଉଦ୍ୟମ ମଧ୍ୟ କରିଥିଲେ । ତେବେ ବ୍ୟକ୍ତିଙ୍କ ଏଭଳି ହିଂସାତ୍ମକ ଆଚରଣ ଦେଖି ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ ତାଙ୍କୁ ଶାନ୍ତ କରାଯାଇଥିଲା ।

ତେବେ ବ୍ୟକ୍ତିଙ୍କୁ ଏନଜାଇଟ୍‌ ଆଟାକ ହେବା ଯୋଗୁଁ ଏମିତି ଘଟଣା ଘଟିଥିଲା । ବ୍ୟକ୍ତି ଜଣକ ଏହି ସମୟରେ ଚିତ୍କାର କରିବା ସହିତ ଗାଳି ମଧ୍ୟ ଦେଇଥିଲେ । ହିଂସକ ହୋଇ ନିଜ ପତ୍ନୀଙ୍କ ଗଳା ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଡାକ୍ତର ସେଠାରେ ଉପସ୍ଥିତ ଥିବାରୁ ତାଙ୍କୁ ଶାନ୍ତ କରିଥିଲେ । ଡାକ୍ତର ତାଙ୍କୁ ବେହୋସ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।

ଖବର ମୁତାବକ, ମେ ୧୬ ତାରିଖରେ ଏୟାର ଇଣ୍ଡିଆ ବିମାନ ଏଆଇ ୩୦୨ ଦିଲ୍ଲୀରୁ ସିଡନୀକୁ ଉଡ଼ାଣ ଭରିଥିଲା। ଉଡ଼ାଣ ସମୟରେ କୌଣସି ସମସ୍ୟା ହୋଇନଥିବା ବେଳେ ମଝି ଆକାଶରେ ବିମାନ ହଠାତ୍‌ ଦୋହଲିବାକୁ ଲାଗିଥିଲା। ମଝି ଆକାଶରେ ଏଭଳି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ବିମାନଟି ସିଡନୀରେ ଅବତରଣ କରିବା ପରେ ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ତେବେ କେବଳ ୩ ଜଣ ଯାତ୍ରୀ ଚିକିତ୍ସା ପାଇଁ ରାଜି ହୋଇଥିଲେ ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

26 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

28 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

35 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago