ଧାରା ୩୭୦ ଉଚ୍ଛେଦକୁ ନେଇ ସମାଲୋଚକଙ୍କୁ ଏଭଳି କଡ଼ା ଜବାବ ଦେଲେ ମୋଦି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅକୋଲାଠାରେ ଅନୁଷ୍ଠିତ ଏକ ନିର୍ବାଚନ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଲୋକଙ୍କୁ ସମ୍ବୋଧିତ କରିବା ଅବସରରେ ମୋଦି ଏଠାରେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ବିରୋଧୀମାନେ ଏକ ଶ୍ରେଷ୍ଠ ଭାରତ ଚାହୁଁନାହାନ୍ତି। ତାଙ୍କୁ ଏକ ଖଣ୍ଡବିଖଣ୍ଡିତ, ଝଗଡ଼ା କରୁଥିବା ଭାରତ ଦରକାର। ଏହା ସେମାନଙ୍କର ରାଜନୈତିକ ଷଡ଼ଯନ୍ତ୍ର, ଯାହା ଆଜି ଫସର ଫାଟିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦେଶ ଉପରେ ଟିକେ ବି ଆଞ୍ଚ୍‌ ଆସିବାକୁ ଦେବେ ନାହିଁ।

ବିରୋଧୀ ଦଳକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ପରେ ସାରା ଦେଶବାସୀ ଖୁସି ହୋଇଥିବା ବେଳେ କେବଳ ବିରୋଧୀଙ୍କ ମୁହଁରୁ ହିଁ ହସ ଉତୁରିଯାଇଛି। ସେମାନଙ୍କୁ କଷ୍ଟ ହେଉଛି। ସେମାନେ ଦୀର୍ଘଦିନ ଧରି ପାଳିପୋଷି ରଖିଥିବା ୩୭୦ ମାତ୍ର କିଛି କ୍ଷଣ ମଧ୍ୟରେ ଦେଶବାସୀଙ୍କ ପାଦ ତଳେ ଦବିଗଲା।

ଏହାସହ ପଢ଼ନ୍ତୁ: ମୋବାଇଲ୍‌ ଆପ୍‌ରୁ ଠାବ ହେଲା ୫ ବର୍ଷ ତଳେ ହଜିଥିବା ଝିଅ

ଏଥିସହ ମୋଦି ମହାରାଷ୍ଟ୍ରର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ବୀର ସାବରକରଙ୍କ ସଂସ୍କାର ଯେ ଆମେ ରାଷ୍ଟ୍ରବାଦକୁ ରାଷ୍ଟ୍ରନିର୍ମାଣ ଠାରୁ ଦୂରରେ ରଖିଛୁ। ଅନ୍ୟପଟେ ବିରୋଧୀମାନେ ସବୁ ମୁହୂର୍ତ୍ତରେ ବାବା ସାହେବଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ମୋଦି। ଛତ୍ରପତି ଶିବାଜୀଙ୍କ ମାଟିରେ ରାଜନୈତିକ ସ୍ୱାର୍ଥ ପାଇଁ ଲୋକମାନେ କେମିତି ଏମିତି କରିପାରୁଛନ୍ତିି କହି ମୋଦି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିନେ ଏହି ସ୍ଥାନରେ ଏମିତି ବୋମାମାଡ଼ ହୋଇଥିଲା ଯେ ମୁମ୍ବାଇ ହଲିଯାଇଥିଲା। ମାତ୍ର ପ୍ରକୃତ ମାଷ୍ଟରମାଇଣ୍ଡ ଏ ପର୍ଯ୍ୟନ୍ତ ଧରାପଡ଼ିଲାନାହିଁ। ଦେଶ ଭିତରେ ହିଁ ଶତ୍ରୁମାନେ ରହି ଆତଙ୍କ ଘଟାଉଥିବା ବେଳେ ପ୍ରକୃତ ଅପରାଧୀ କେବେ ଧରାପଡ଼ିବେ ବୋଲି ଦେଶବାସୀ ପ୍ରଶ୍ନ କରୁଥିବା ମୋଦି କହିଛନ୍ତିି।

WCW 11

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

6 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

7 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

8 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

9 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

10 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

10 hours ago