ଦେଶ ବିଦେଶ

ପବିତ୍ର ରାମନବମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ ରାମନବମୀର ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ରେ କହିଛନ୍ତି, ‘ସାରା ଦେଶର ମୋ ପରିବାରଜନଙ୍କୁ ଭଗବାନ ଶ୍ରୀରାମଙ୍କ ଜନ୍ମ ଉତ୍ସବ ରାମନବମୀର ଅନନ୍ତ ଶୁଭକାମନା । ଏହି ଶୁଭ ଅବସରରେ ମୋର ମନ ଭାବବିଭୋର ଏବଂ କୃତାର୍ଥରେ ପରିପୂର୍ଣ୍ଣ । ଏହା ଶ୍ରୀରାମଙ୍କର ପରମ କୃପା ଯେ ଏହି ବର୍ଷ ମୁଁ ମୋର ଲକ୍ଷ ଲକ୍ଷ ଦେଶବାସୀଙ୍କ ସହିତ ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାର ସାକ୍ଷୀ ରହିଥିଲି । ଅଭଧପୁରୀର ସେହି ମୁହୂର୍ତ୍ତର ସ୍ମୃତିଗୁଡ଼ିକ ଏବେ ମଧ୍ୟ ସମାନ ଶକ୍ତି ସହିତ ମୋ ମନରେ ସ୍ପନ୍ଦିତ ହେଉଛି’ ।

ପିଏମ୍‌ ମୋଦି ନିଜ ଟ୍ୱିଟରେ ଆହୁରି ଲେଖିଛନ୍ତି, ‘ଏହା ହେଉଛି ପ୍ରଥମ ରାମନବମୀ, ଯେତେବେଳେ କି, ଅଯୋଧ୍ୟାର ଭବ୍ୟ ତଥା ଦିବ୍ୟ ରାମମନ୍ଦିରରେ ଆମର ରାମଲାଲା ବିରାଜମାନ ହୋଇସାରିଛନ୍ତି । ରାମନବମୀର ଏହି ଉତ୍ସବରେ ଆଜି ଅଯୋଧ୍ୟା ବହୁତ ଆନନ୍ଦରେ ଅଛି । ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଆଜି ଆମକୁ ଅଯୋଧ୍ୟାରେ ରାମନବମୀ ଏହି ପ୍ରକାରେ ପାଳନ କରିବାର ସୌଭାଗ୍ୟ ମିଳିଛି । ଏହା ହେଉଛି ଦେଶବାସୀଙ୍କର ଏତେ ବର୍ଷର କଠିନ ତପସ୍ୟା, ତ୍ୟାଗ ଏବଂ ବଳିଦାନର ସୁଫଳ’ ।

ଅନ୍ୟ ଏକ ଟ୍ଵିଟ୍‌ରେ ମୋଦି କହିଛନ୍ତି, ‘ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଏବଂ ଆଦର୍ଶ ଏକ ବିକଶିତ ଭାରତ ଗଠନରେ ସଶକ୍ତ ଆଧାର ହେବ । ତାଙ୍କର ଆଶୀର୍ବାଦ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ଏକ ନୂତନ ଶକ୍ତି ପ୍ରଦାନ କରିବ । ଭଗବାନ ଶ୍ରୀରାମଙ୍କ ଚରଣରେ କୋଟି କୋଟି ପ୍ରଣାମ ଏବଂ ବନ୍ଦନ’ ।

Roshni

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

17 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

33 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

42 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

50 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago