ପବିତ୍ର ରାମନବମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି ।

ଆଜି ପବିତ୍ର ରାମନବମୀ । ଏହି ଅବସରରେ ସମଗ୍ରୀ ଦେଶରେ ଉତ୍ସବର ମାହୋଲ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାରା ଦେଶରେ ଥିବା ରାମ ମନ୍ଦିରରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରୁଛନ୍ତି । ଏହା ସହିତ ଏହି ଖାସ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦେଶବାସୀଙ୍କୁ ରାମନବମୀର ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍ରେ କହିଛନ୍ତି, ‘ସାରା ଦେଶର ମୋ ପରିବାରଜନଙ୍କୁ ଭଗବାନ ଶ୍ରୀରାମଙ୍କ ଜନ୍ମ ଉତ୍ସବ ରାମନବମୀର ଅନନ୍ତ ଶୁଭକାମନା । ଏହି ଶୁଭ ଅବସରରେ ମୋର ମନ ଭାବବିଭୋର ଏବଂ କୃତାର୍ଥରେ ପରିପୂର୍ଣ୍ଣ । ଏହା ଶ୍ରୀରାମଙ୍କର ପରମ କୃପା ଯେ ଏହି ବର୍ଷ ମୁଁ ମୋର ଲକ୍ଷ ଲକ୍ଷ ଦେଶବାସୀଙ୍କ ସହିତ ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାର ସାକ୍ଷୀ ରହିଥିଲି । ଅଭଧପୁରୀର ସେହି ମୁହୂର୍ତ୍ତର ସ୍ମୃତିଗୁଡ଼ିକ ଏବେ ମଧ୍ୟ ସମାନ ଶକ୍ତି ସହିତ ମୋ ମନରେ ସ୍ପନ୍ଦିତ ହେଉଛି’ ।
ପିଏମ୍ ମୋଦି ନିଜ ଟ୍ୱିଟରେ ଆହୁରି ଲେଖିଛନ୍ତି, ‘ଏହା ହେଉଛି ପ୍ରଥମ ରାମନବମୀ, ଯେତେବେଳେ କି, ଅଯୋଧ୍ୟାର ଭବ୍ୟ ତଥା ଦିବ୍ୟ ରାମମନ୍ଦିରରେ ଆମର ରାମଲାଲା ବିରାଜମାନ ହୋଇସାରିଛନ୍ତି । ରାମନବମୀର ଏହି ଉତ୍ସବରେ ଆଜି ଅଯୋଧ୍ୟା ବହୁତ ଆନନ୍ଦରେ ଅଛି । ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଆଜି ଆମକୁ ଅଯୋଧ୍ୟାରେ ରାମନବମୀ ଏହି ପ୍ରକାରେ ପାଳନ କରିବାର ସୌଭାଗ୍ୟ ମିଳିଛି । ଏହା ହେଉଛି ଦେଶବାସୀଙ୍କର ଏତେ ବର୍ଷର କଠିନ ତପସ୍ୟା, ତ୍ୟାଗ ଏବଂ ବଳିଦାନର ସୁଫଳ’ ।
ଅନ୍ୟ ଏକ ଟ୍ଵିଟ୍ରେ ମୋଦି କହିଛନ୍ତି, ‘ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜୀବନ ଏବଂ ଆଦର୍ଶ ଏକ ବିକଶିତ ଭାରତ ଗଠନରେ ସଶକ୍ତ ଆଧାର ହେବ । ତାଙ୍କର ଆଶୀର୍ବାଦ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ଏକ ନୂତନ ଶକ୍ତି ପ୍ରଦାନ କରିବ । ଭଗବାନ ଶ୍ରୀରାମଙ୍କ ଚରଣରେ କୋଟି କୋଟି ପ୍ରଣାମ ଏବଂ ବନ୍ଦନ’ ।
देशभर के मेरे परिवारजनों को भगवान श्रीराम के जन्मोत्सव रामनवमी की अनंत शुभकामनाएं! इस पावन अवसर पर मेरा मन भावविभोर और कृतार्थ है। ये श्रीराम की परम कृपा है कि इसी वर्ष अपने कोटि-कोटि देशवासियों के साथ मैं अयोध्या में प्राण-प्रतिष्ठा का साक्षी बना। अवधपुरी के उस क्षण की स्मृतियां…
— Narendra Modi (@narendramodi) April 17, 2024