ଅଯୋଧ୍ୟା : ରାମନବମୀରେ ରାମଲଲାଙ୍କ ଅଭିଷେକ କଲେ ସୂର୍ଯ୍ୟଦେବ, ଶୋଭା ବଢାଇଲା ସୂର୍ଯ୍ୟତିଳକ
ରାମନବମୀ ଅବସରରେ ଅଯୋଧ୍ୟାରେ ବିରାଜିତ ହୋଇଥିବା ରାମଲଲାଙ୍କ ସୂର୍ଯ୍ୟତିଳକ ହୋଇଛି । ଏହି ସୂର୍ଯ୍ୟ କିରଣ ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ପଡି ରାମଲଲାଙ୍କ ଲଲାଟର ଶୋଭା ବଢାଇଛି । ରାମନବମୀର ଶୁଭମୁହୂର୍ତ୍ତ ଅବସରରେ ରାମଲଲାଙ୍କ ଦିବ୍ୟ ଅଭିଷେକ କରାଯାଇଛି ।

ରାମନବମୀ ଅବସରରେ ଅଯୋଧ୍ୟାରେ ବିରାଜିତ ହୋଇଥିବା ରାମଲଲାଙ୍କ ସୂର୍ଯ୍ୟତିଳକ ହୋଇଛି । ବୈଜ୍ଞାନିକ ମାନେ ଦର୍ପଣ ଜରିଆରେ ଭଗବାନଙ୍କ ସୂର୍ଯ୍ୟତିଳକ କରିଛନ୍ତି । ଏହି ସୂର୍ଯ୍ୟ କିରଣ ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ପଡି ରାମଲଲାଙ୍କ ଲଲାଟର ଶୋଭା ବଢାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ରାମନବମୀର ଶୁଭମୁହୂର୍ତ୍ତ ଅବସରରେ ରାମଲଲାଙ୍କ ଦିବ୍ୟ ଅଭିଷେକ କରାଯାଇଛି ।
ରାମନବମୀ ଅବସରରେ ରାମମନ୍ଦିରରେ ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାଛଡା ହନୁମାନଗଢୀରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ରାମନବମୀ ଅବସରରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଯୋଧ୍ୟା ରେଞ୍ଜ ଆଇଜି ପ୍ରବୀଣ କୁମାର କହିଛନ୍ତି, ବ୍ୟବସ୍ଥା ପୂର୍ବରୁ କରାଯାଇଛି । ଦର୍ଶନ ସକାଳ ୩.୩୦ ମିନିଟରୁ ଆରମ୍ଭ ହୋଇଛି ।
#WATCH | ‘Surya Tilak’ illuminates Ram Lalla’s forehead at the Ram Janmabhoomi Temple in Ayodhya, on the occasion of Ram Navami.
(Source: DD) pic.twitter.com/rg8b9bpiqh
— ANI (@ANI) April 17, 2024
ରାମ ନବମୀ ଅବସରରେ ଅଯୋଧ୍ୟା ଧାମରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟାର ପ୍ରତ୍ୟେକ କୋଣରେ ପୋଲିସ ଏବଂ ପାରା ମିଲିଟାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାମଲଲାଙ୍କ ଜନ୍ମ ଉତ୍ସବକୁ ଦେଖିବା ପାଇଁ ପ୍ରାୟ ୨୫ଲକ୍ଷ ଭକ୍ତ ରାମନଗରୀରେ ପହଞ୍ଚିବାର ସମ୍ଭାବନା ରହିଛି । ଭଗବାନ ରାମଲଲାଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ମଧ୍ୟ ବିଶେଷ ଯତ୍ନ ନିଆଯାଇଛି । ରାମ ନବମୀ ଅବସରରେ ମନ୍ଦିର ରାତି ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ ।
ରାମଭକ୍ତଙ୍କୁ ଗରମରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ୫୦ଟି ସ୍ଥାନରେ ପାଣିର ବ୍ୟବସ୍ଥା କରାଯାଇଛି । ସେହିପରି ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଭକ୍ତଙ୍କ ପାଇଁ ଓଆରଏସ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ ଫୋନ, ଜୋତା, ଚପଲ ଓ ଜିନିଷପତ୍ର ରଖି ମନ୍ଦିର ଆସିବାକୁ ପରାମର୍ଶ ଦିଆଯାଇଛି ।