ଟକମକ ତାତିରେ ଫୁଟୁଛି ରାଜ୍ୟ, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ୪୦ ଡିଗ୍ରୀ

ଟକମକ ତାତିରେ ଫୁଟୁଛି ଗାଁଠୁ ସହର। ଦିନ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ପାଲଟିଛି ବାଲେଶ୍ବର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୯, ଚାନ୍ଦବାଲିରେେ ୩୯.୪,ଝାରସୁଗୁଡାରେ ୩୮.୮ ଓ ସମ୍ବଲପୁରରେ ୩୮.୩ ଡିଗ୍ରୀ ତାପାମାତ୍ରା ରହିଛି।

ଭୁବନେଶ୍ୱର (କେନ୍ୟୁଜ):  ସୂର୍ଯ୍ୟତାପରେ ଜଳୁଛି ସାରା ଓଡ଼ିଶା । ଟକମକ ତାତିରେ ଫୁଟୁଛି ଗାଁଠୁ ସହର । ଦିନ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ପାଲଟିଛି ବାଲେଶ୍ବର । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୯.୯, ଚାନ୍ଦବାଲିରେେ ୩୯.୪,ଝାରସୁଗୁଡାରେ ୩୮.୮ ଓ ସମ୍ବଲପୁରରେ ୩୮.୩ ଡିଗ୍ରୀ ତାପାମାତ୍ରା ରହିଛି ।

ଆଜିଠୁ ଆହୁରି ପ୍ରଚଣ୍ଡ ହେବ ଗ୍ରୀଷ୍ମକୋପ । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବଢ଼ିବ । ଆସନ୍ତା ୫ ଦିନ ଯାଏ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ରହିପାରେ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆଜି ପାଇଁ ଅଧା ଓଡ଼ିଶାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୧୮ରେ ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି  । ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୯ ତାରିଖରେ ଭବାନୀପାଟଣା, ଟିଟିଲାଗଡ଼, ବଲାଙ୍ଗୀର, ମାଲକାନଗିରି, ଝାରୁସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ନୟାଗଡ଼ରେ ପାରଦ ୪୫ ଡିଗ୍ରୀ ସେଲସିୟସ ଛୁଇଁପାରେ  । ୧୮ ଓ ୧୯ ତାରିଖରେ ଗ୍ରୀଷ୍ମ ଲହରୀର ପ୍ରକୋପ ସର୍ବାଧିକ ରହିପାରେ । ୨୦ ତାରିଖ ଯାଏ ଅସହ୍ୟ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.