ଲଞ୍ଚ ହେଲା ମହିନ୍ଦ୍ରାର ନାଇନ୍‌ ସିଟର୍‌ SUV, ଜାଣନ୍ତୁ କେତେ ରହିଛି ଦାମ୍‌

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଲୋକପ୍ରିୟ ବୋଲେରୋ Neo SUVର ନୂଆ ମଡେଲ ନାଇନ୍‌ ସିଟର ଭର୍ସନକୁ ବଜାରରେ ଲଞ୍ଚ କରିଛି । ଏହାର ନାମ ବୋଲେରୋ Neo+ ରଖାଯାଇଛି । ବୋଲେରୋ Neo+ ଦୁଇଟି ଭାରିଆଣ୍ଟ, ଯେପରିକି P4 ଏବଂ P10ରେ ଲଞ୍ଚ ହୋଇଛି ।

ମହିନ୍ଦ୍ରା ସବୁବେଳେ ଲୋକଙ୍କ ଚାହିଦାକୁ ନଜରରେ ରଖି ଭଲ ଭଲ ମଡେଲ୍‌ ଆଣିଥାଏ । ସେହିପରି ଏହି ମଡେଲ ଗୁଡ଼ିକରେ ଭଲ ଭଲ ଫିଚର୍ସ ଦିଆଯାଇଥାଏ । ତେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏହାର ଲୋକପ୍ରିୟ ବୋଲେରୋ Neo SUVର ନୂଆ ମଡେଲ ନାଇନ୍‌ ସିଟର ଭର୍ସନକୁ ବଜାରରେ ଲଞ୍ଚ କରିଛି । ଏହାର ନାମ ବୋଲେରୋ Neo+ ରଖାଯାଇଛି । ବୋଲେରୋ Neo+ ଦୁଇଟି ଭାରିଆଣ୍ଟ, ଯେପରିକି P4 ଏବଂ P10ରେ ଲଞ୍ଚ ହୋଇଛି । ଏହି ଦୁଇଟି ମଡେଲର ଏକ୍ସ-ସୋରୁମ୍ ମୂଲ୍ୟ ୧୧.୩୯ ଲକ୍ଷ ଏବଂ ୧୨.୪୯ ଲକ୍ଷ ଟଙ୍କା ରହିଛି । 7 ସିଟର ବୋଲେରୋ ତୁଳନାରେ ଏହି ନୂଆ ମଡେଲର ମୂଲ୍ୟ ପ୍ରାୟ ୧.୪୯ ଲକ୍ଷ ଟଙ୍କା ଅଧିକ ରହିଛି । କମ୍ପାନୀ ଏହି ମଡେଲକୁ ଡାଇମଣ୍ଡ ହ୍ଵାଇଟ, ମ୍ୟାଜେଷ୍ଟିକ୍ ସିଲଭର ଏବଂ ନାପୋଲି ବ୍ଲାକ୍ ଭଳି ୩ଟି କଲରରେ ଆଣିଛି ।

ଡିଜାଇନ୍ ଏବଂ ଷ୍ଟାଇଲ୍ ଦୃଷ୍ଟିରୁ ଯଦିଓ ବୋଲେରୋ Neo+ ଏହାର କାଉଣ୍ଟର ପାର୍ଟ ବୋଲେରୋ Neo ସହିତ ସମାନ ଦେଖାଯାଉଛି, କିନ୍ତୁ ଏହାର ଲମ୍ବ ୪.୪ ମିଟର ରହିଛି । ପୂର୍ବ ମଡେଲ ଅପେକ୍ଷା ଏଥିରେ ଅଧିକ ସ୍ଥାନ ଦିଆଯାଇଛି । ଫିଚର ବିଷୟରେ କହିବାକୁ ଗଲେ ଏଥିରେ ୨୨.୮ ସେମି ଟଚସ୍କ୍ରିନ ଇନଫୋଟେନ୍ମେଣ୍ଟ ସିଷ୍ଟମ, ହାଇଟ୍‌ ଆଡଜଷ୍ଟେବଲ୍‌ ଡ୍ରାଇଭର ସିଟ୍, ଫ୍ରଣ୍ଟ ଏବଂ ବ୍ୟାକ୍‌ ପାୱାର ୱିଣ୍ଡୋ, ଆର୍ମରିଷ୍ଟ , ଇଲେକ୍ଟ୍ରିକ୍‌ ଆଡଜଷ୍ଟ ହେଉଥିବା ORVM ଏବଂ ଆଣ୍ଟି-ଗ୍ଲେୟର୍ IRVM ରହିଛି ।

ବୋଲେରୋ Neo + ରେ ଏକ ନୂଆ ୨.୨-ଲିଟର mHawk ଡିଜେଲ ଇଞ୍ଜିନ୍ ଦିଆଯାଇଛି, ଯାହା ୧୧୮bhp ପାଓ୍ଵାର ଏବଂ ୨୮୦Nm ଟର୍କ ଜେନେରେଟ୍‌ କରେ । ଏହି ଗାଡିରେ ୬-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ଏବଂ ରିୟର ହ୍ଵିଲ୍‌ ଡ୍ରାଇଭ୍ (RWD) ଅଛି । ଏହା ରେଗୁଲାର ବୋଲେରୋ Neo ଠାରୁ ଅଧିକ ଦମଦାର, ଯାହା ୧୦୦bhpର ୧.୫ ଲିଟର ଡିଜେଲ ଇଞ୍ଜିନ ସହିତ ଆସିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.