ଦେଶ ବିଦେଶ

ଆସନ୍ତାକାଲି ଉଦଘାଟିତ ହେବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ  : ଆସନ୍ତାକାଲି ଉଦଘାଟିତ ହେବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵ । ପ୍ରଥମେ କାମ କରିଥିବା ଏକ୍ସପ୍ରେସେଓ୍ଵର ଦିଲ୍ଲୀ-ଦଉସା-ଲାଲସୋତ ସେକ୍ସନକୁ କାଲି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ରାସ୍ତା ନିର୍ମାଣରେ ୧୨ହଜାର ୧୫୦ କୋଟି ବ୍ୟୟ ହୋଇଛି। ଆସନ୍ତାକାଲି ଉଦଘାଟିତ ହେବାକୁ ଥିବା ଏହି ରାସ୍ତା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵର ରାଜସ୍ଥାନ ଲେଗ୍‌ । ଏହାର ଦୈର୍ଘ୍ୟ ୨୪୬ କିଲୋମିଟର । ଏହି ରାସ୍ତା ଖୋଲିବା ପରେ ଦିଲ୍ଲୀରୁ ଜୟପୁରକୁ ସାଢ଼େ ୩ ଘଣ୍ଟା ଲାଗିବ ।

ପୂର୍ବରୁ ଦିଲ୍ଲୀରୁ ଜୟପୁରକୁ ୫ ଘଣ୍ଟା ଲାଗୁଥିଲା। ସେହିପରି ଦିଲ୍ଲୀ-ମୁମ୍ବାଇକୁ ସଂଯୋଗ ହେବା ପରେ ଯାତ୍ରା ସମୟ ୧୨ ଘଣ୍ଟା କମିଯିବ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ େଓ୍ଵ ଭାରତର ସବୁଠୁ ଦୀର୍ଘତମ ଏକ୍ସପ୍ରେସେଓ୍ଵ । ଏହାର ଦୈର୍ଘ୍ୟ ୧ହଜାର ୩୮୬ କିଲୋମିଟର। ଏହି ରାସ୍ତା ୬ଟି ରାଜ୍ୟ ଦେଇ ଅତିକ୍ରମ କରିବ। ଦିଲ୍ଲୀ, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଅତିକ୍ରମ କରିବ । ଏହି ରାସ୍ତା ୬ ରାଜ୍ୟର ବହୁ ସହରକୁ ସଂଯୋଗ କରିବ। ଭାରତ ଓ ଏସିଆର ଏହା ପ୍ରଥମ ଏକ୍ସପ୍ରେସେଓ୍ଵ ଯେଉଁଠି ଜୀବଜନ୍ତୁଙ୍କ ଯାତାୟାତ ପାଇଁ ଅଣ୍ଡରପାସ୍‌ ରହିଛି ।

Niharanjan

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

29 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

29 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

36 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

42 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

59 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago