ଆସନ୍ତାକାଲି ଉଦଘାଟିତ ହେବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵ, ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତାକାଲି ଉଦଘାଟିତ ହେବାକୁ ଥିବା ଏହି ରାସ୍ତା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵର ରାଜସ୍ଥାନ ଲେଗ୍ । ଏହାର ଦୈର୍ଘ୍ୟ ୨୪୬ କିଲୋମିଟର । ଏହି ରାସ୍ତା ଖୋଲିବା ପରେ ଦିଲ୍ଲୀରୁ ଜୟପୁରକୁ ସାଢ଼େ ୩ ଘଣ୍ଟା ଲାଗିବ ।
ନୂଆଦିଲ୍ଲୀ : ଆସନ୍ତାକାଲି ଉଦଘାଟିତ ହେବ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵ । ପ୍ରଥମେ କାମ କରିଥିବା ଏକ୍ସପ୍ରେସେଓ୍ଵର ଦିଲ୍ଲୀ-ଦଉସା-ଲାଲସୋତ ସେକ୍ସନକୁ କାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି ରାସ୍ତା ନିର୍ମାଣରେ ୧୨ହଜାର ୧୫୦ କୋଟି ବ୍ୟୟ ହୋଇଛି। ଆସନ୍ତାକାଲି ଉଦଘାଟିତ ହେବାକୁ ଥିବା ଏହି ରାସ୍ତା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସେଓ୍ଵର ରାଜସ୍ଥାନ ଲେଗ୍ । ଏହାର ଦୈର୍ଘ୍ୟ ୨୪୬ କିଲୋମିଟର । ଏହି ରାସ୍ତା ଖୋଲିବା ପରେ ଦିଲ୍ଲୀରୁ ଜୟପୁରକୁ ସାଢ଼େ ୩ ଘଣ୍ଟା ଲାଗିବ ।
ପୂର୍ବରୁ ଦିଲ୍ଲୀରୁ ଜୟପୁରକୁ ୫ ଘଣ୍ଟା ଲାଗୁଥିଲା। ସେହିପରି ଦିଲ୍ଲୀ-ମୁମ୍ବାଇକୁ ସଂଯୋଗ ହେବା ପରେ ଯାତ୍ରା ସମୟ ୧୨ ଘଣ୍ଟା କମିଯିବ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ େଓ୍ଵ ଭାରତର ସବୁଠୁ ଦୀର୍ଘତମ ଏକ୍ସପ୍ରେସେଓ୍ଵ । ଏହାର ଦୈର୍ଘ୍ୟ ୧ହଜାର ୩୮୬ କିଲୋମିଟର। ଏହି ରାସ୍ତା ୬ଟି ରାଜ୍ୟ ଦେଇ ଅତିକ୍ରମ କରିବ। ଦିଲ୍ଲୀ, ହରିଆଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଅତିକ୍ରମ କରିବ । ଏହି ରାସ୍ତା ୬ ରାଜ୍ୟର ବହୁ ସହରକୁ ସଂଯୋଗ କରିବ। ଭାରତ ଓ ଏସିଆର ଏହା ପ୍ରଥମ ଏକ୍ସପ୍ରେସେଓ୍ଵ ଯେଉଁଠି ଜୀବଜନ୍ତୁଙ୍କ ଯାତାୟାତ ପାଇଁ ଅଣ୍ଡରପାସ୍ ରହିଛି ।