ରାଜ୍ୟ

ଆତଙ୍କବାଦୀ ସହ ସମ୍ପର୍କରେ ଥିଲା ମହମ୍ମଦ ଅବଦୁର ରେହମାନ, ହେଲା ଦୋଷୀ ସାବ୍ୟସ୍ତ

କେନ୍ୟୁଜ୍(ବ୍ୟୁରୋ): ଅଲ-କାଏଦା ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ ଦୋଷୀ । ଅଲକାଏଦା ଲିଙ୍କ୍‌ରେ କଟକ ଜଗତପୁର ପଶ୍ଚିମକଛ ଗାଁରୁ ଗିରଫ ଅବଦୁର ରେହମାନ୍‌ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି । ତାସହ ଆଉ ୩ ଜଣ ଆତଙ୍କୀ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ । ରେହମାନ ସମେତ ୪ ଜଣଙ୍କୁ ଆତଙ୍କବାଦୀ ଲିଙ୍କ୍‌ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନେ ହେଲେ ମହମ୍ମଦ ଆସିଫ୍‌, ଜାଫର ମାସୁଦ ଓ ଅବଦୁଲ ସାମି । ଆସନ୍ତା ୧୪ ତାରିଖରେ ଦଣ୍ଡ ଘୋଷଣା କରିବେ କୋର୍ଟ । ୨୦୧୫ ମସିହା ଡିସେମ୍ବର ୧୬ ତାରିଖରେ ଜଗତପୁର ପଶ୍ଚିମକଛ ଗାଁରୁ ଅବଦୁର ରେହମାନକୁ କମିଶନରେଟ ପୋଲିସ ସହାୟତାରେ ଗିରଫ କରିଥିଲା ଏନଆଇଏ । ଦିଲ୍ଲୀ ପୋଲିସ ତଦନ୍ତ ବେଳେ ଅବଦୁର ରେହମାନର ଅନ୍ତର୍ଜାତୀୟ ଆତଙ୍କବାଦ ଲିଙ୍କ ନେଇ ସୁରାକ ପାଇଥିଲା । ସେ ବହୁବାର ପାକିସ୍ତାନ ଯାଇଥିବା ଜଣାପଡିଥିଲା ।

ସେଠାରେ ୨୬/୧୧ ମୁମ୍ବାଇ ଆକ୍ରମଣର ମୋଷ୍ଟ ଓ୍ଵାଣ୍ଟେଡ୍‌ ଜାକି-ଉର-ରେହମାନ ଓ ସାଜିଦକୁ ଭେଟିଥିଲା ରେହମାନ । ଏମିତିକି ସେଠାରେ ଥିବା ଅଲକାଏଦା ଆତଙ୍କବାଦୀ ସଙ୍ଗଠନ ମିଶି ଟ୍ରେନିଂ ନେଇଥିବା ଜଣାପଡିଛି । ତା ନାଁରେ ଦେଶଦ୍ରୋହ ନେଇ ଅନେକ ଅଭିଯୋଗ ରହିଥିଲା । ସେହିପରି ବେଆଇନ ମଦ୍ରାସା ଚଳାଇବା, ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ NIA ହାତରେ ଲାଗିଥିଲା। ରେହମାନକୁ ରିମାଣ୍ଡରେ ନେଇ ମାମଲାର ଟିକିନିଖି ତଦନ୍ତ କରିଥିଲା । କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିଥିଲା । ଗତ କିଛି ମାସ ହେବ ରେହମାନ କୋର୍ଟଙ୍କ ଅନୁମତି କ୍ରମେ ଚୌଦ୍ୱାର ଜେଲ୍‌ରେ ରହି ଆସୁଥିଲା । ୨୦୨୦ରେ ନିଜ ମାଆଙ୍କ ଶ୍ରାଦ୍ଧ କାମ ପାଇଁ ଚୌଦ୍ୱାର ଜେଲ୍‌ରୁ ପଶ୍ଚିମକଛ ଗାଁକୁ ଆସିଥିଲେ ରେହମାନ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡ଼ା ସୁରକ୍ଷା ଭିତରେ ରେହମାନକୁ ନିଜ ପୈତୃକ ଘରକୁ ଅଣାଯାଇଥିଲା।

KNews Bureau

Recent Posts

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

10 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

12 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

34 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

38 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

1 hour ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago