ଦେଶ ବିଦେଶ

ପୋଲିସ ହେବ ତ ଏମିତି! ହାତରେ ଲାଠି ଧରି ଅମାନିଆଙ୍କୁ ସାବାଡ୍‌ କରୁଛନ୍ତି ୫ ମାସର ଗର୍ଭବତୀ ଡିଏସ୍‌ପି ଶିଳ୍ପା ସାହୁ

ହାତରେ ଲାଠି ଓ ଦେହରେ ପୋଲିସ ବର୍ଦ୍ଦି। ଧୁ ଧୁ ଖରାରେ ବି ନିଜ ଡ୍ୟୁଟି କରୁଛନ୍ତି ଏହି ମହିଳା ପୋଲିସ ଅଫିସର ଜଣକ। ଏହି ପୋଲିସ ଅଫିସର ଏବେ ୫ ମାସର ଗର୍ଭବତୀ। ତଥାପି ସେ ଆରାମ ନ କରି ରାସ୍ତାକୁ ଓହ୍ଲାଇ ଆସିଛନ୍ତି ନିଜ ଦାୟିତ୍ୱ ତୁଲାଇବାକୁ। ଏହି ଦବଙ୍ଗ ଲେଡି ଅଫିସର ହେଉଛନ୍ତି ଡିଏସ୍‌ପି ଶିଳ୍ପା ସାହୁ। ଛତିଶଗଡ଼ ଦନ୍ତେଓ୍ଵାଡ଼ା ଜିଲ୍ଲା ରେ କାମ କରୁଛନ୍ତି।

ଛତିଶଗଡ଼ରେ କରୋନା ମହାମାରୀ ଉଗ୍ର ରୂପ ନେଇଥିବା ବେଳେ ଶିଳ୍ପା ସାହୁଙ୍କୁ ମିଳିଛି ଅମାନିଆଙ୍କୁ ସାବାଡ୍‌ କରିବା ଦାୟିତ୍ବ‌। ଏଣୁ ହାତରେ ଲାଠି ଧରି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଜିଲ୍ଲାରେ କରୋନା ମହାମାରୀ ଭୟଙ୍କର ହୋଇଥିବାରୁ ଜିଲ୍ଲା ପ୍ରଶାସନ ୧୮ ତାରିଖରୁ ଲକ ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କ ଜୀବନ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଛନ୍ତି ଏହି ମହିଳା ଅଫିସର ଶିଳ୍ପା ସାହୁ। ଦନ୍ତେୱାଡା ଜିଲ୍ଲା ସଦରମହକୁମାରେ ଲକ ଡାଉନ ସମୟରେ ଅମାନିଆ ଘରୁ ବାହାରୁ ଥିବାରୁ ତାଙ୍କୁ ସଚେତନ କରୁଛନ୍ତି ଏହି ମହିଳା DSP।

ନିଜେ ୫ ମାସର ଗର୍ଭବତୀ। ତଥାପି ନିଜ ଅଞ୍ଚଳର ଲୋକ କେମିତି କରୋନା ଦାଉରୁ ରକ୍ଷା ପାଇବେ ସେଥିପାଇଁ ସେ ଚିନ୍ତିତ। ବର୍ତ୍ତମାନ ପରିସ୍ଥିତିରେ ସେ ଚାହିଁଲେ ଛୁଟିରେ ରହି ପାରିଥାନ୍ତେ। ତାଙ୍କ ପାଇଁ କୌଣସି ବାଧ୍ୟବାଧ୍ୟତା ନଥିଲା। କିନ୍ତୁ ଜଣେ କର୍ତ୍ତବ୍ୟ ନିଷ୍ଠ ଅଫିସର ଭାବେ ନିଜ କାର୍ଯ୍ୟକୁ ହିଁ ପ୍ରାଥମିକତା ଦେଇଛନ୍ତି ଶିଳ୍ପା। ତା ସହ ଏହି ମହାମାରୀ ସମୟରେ ନିଜ ସାଥି ଯବାନଙ୍କୁ ଡିଉଟି କରିବାକୁ ବେଶ୍ ଉତ୍ସାହିତ କରୁଛନ୍ତି। ଏହା ବ୍ୟତୀତ ମାଓଗଡ଼ ରେ ମାଓ ଦମନ ପାଇଁ ସେ ବେଶ ଖ୍ୟାତି ଅର୍ଜ୍ଜନ କରିଛନ୍ତି। ଦନ୍ତେଶ୍ଵରୀ ମହିଳା DRGକୁ ଲିଡ୍ କରୁଛନ୍ତି DSP ଶିଳ୍ପା ସାହୁ।

ଦନ୍ତେୱାଡା ଜିଲ୍ଲା ମାଓଗଡ଼ ଭାବେ ପରିଚିତ ଥିବା ବେଳେ ତେଲମ, ଟେଟମ, ମିଲବାୟା, ଚିକପାଲ ଭଳି ଦୁର୍ଗମ ଅଞ୍ଚଳରେ ମାଓ ଅପରେସନରେ ଯାଇ ବେଶ୍ ସଫଳତା ସାଉଣ୍ଟିଛନ୍ତି ଶିଳ୍ପା। କିଛି ସ୍ଥାନରେ ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ଦିଫ୍ୟୁଜ କରିବାରେ ବି ସଫଳ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏହି ସାହସୀ ଅଫିସରଙ୍କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି। DSP ଶିଳ୍ପାଙ୍କୁ ଦେଖି ଯୁବପିଢ଼ି ନିଶ୍ଚୟ ଭାବେ ଉତ୍ସାହିତ ହେବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

WCW 11

Recent Posts

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

24 mins ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

32 mins ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

47 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

58 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

1 hour ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

1 hour ago