ଦେଶ ବିଦେଶ

‘ପ୍ରାଣ ପ୍ରତିଷ୍ଠା ଦିନ ଆମ ଘରକୁ ଆସନ୍ତୁ ରାମଲାଲା’…ଉତ୍ତର ପ୍ରଦେଶରେ ଗର୍ଭବତୀ ମହିଳା କଲେ ଡାକ୍ତରଙ୍କୁ ଅନୁରୋଧ

ଜାନୁୟାରୀ ୨୨ରେ କମ୍ପିବ ଅଯୋଧ୍ୟା । ଏହି ଦିନ ହେବ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା, ଯାହାକୁ ନେଇ ଏବେ ପୂରା ଦେଶରେ ଉତ୍ସବର ମାହୋଲ । କେବଳ ଏତିକି ନୁହେଁ, ଏହି ଶୁଭ ଅବସରରେ ସନ୍ତାନ ଜନ୍ମ କରିବାକୁ ଅଧିକାଂଶ ଗର୍ଭବତୀ ମହିଳା ଅନେଇ ବସିଛନ୍ତି । ଉତ୍ତର ପ୍ରଦେଶର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଗର୍ଭବତୀ ଏବଂ ସେମାନଙ୍କ ପରିବାର ଡାକ୍ତରମାନଙ୍କୁ ଏ ନେଇ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି ।

ଗର୍ଭବତୀମାନଙ୍କ କହିବା ହେଲା, ସେମାନଙ୍କ ପ୍ରସବ ତାରିଖ ଜାନୁୟାରୀ ୨୨ ପୂର୍ବରୁ ଥାଉ କିମ୍ବା ପରେ, କିନ୍ତୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ସେମାନେ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି । ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ଗୋଟିଏ ଲେବର ରୁମ୍‌ରେ ପାଖାପାଖି ୧୫ ଜଣଙ୍କ ପ୍ରସବ ହୋଇଥାଏ । ହେଲେ ଏଥର ମହିଳାମାନେ ଅନୁରୋଧ କରିଛନ୍ତି କି, ପ୍ରାଣ ପ୍ରତିଷ୍ଠା ଦିନ ହିଁ ସେମାନଙ୍କ ସନ୍ତାନ ଜନ୍ମ ହେବା ଦରକାର ।

ଯଦିଓ ନର୍ମାଲ ଡେଲିଭରୀ ଚାହୁଁଥିବା ମହିଳାଙ୍କ ବିଷୟରେ କିଛି କୁହାଯାଇ ପାରିବ ନାହିଁ, କିନ୍ତୁ ଯେଉଁମାନଙ୍କର ଅପରେସନ ହେବାର ଅଛି, ସେମାନଙ୍କୁ ଏକପ୍ରକାର ବୁଝାଯାଇଛି ଯେ ପ୍ରସବ ତାରିିଖ ଆଗ, ପଛ ହୋଇପାରେ । ତେବେ ଏହି ହସ୍ପିଟାଲରେ ଜାନୁୟାରୀ ୨୨ରେ ୩୦ଟି ଅପରେସନର ବ୍ୟବସ୍ଥା କରାଯାଇଛି ।

ଗର୍ଭବତୀମାନେ କହିଛନ୍ତି, ‘ଆମେ ଚାହୁଁଛୁ ଏହି ଦିନ ଆମ ଘରକୁ ରାମଲାଲାଙ୍କ ଆଗମନ ହେଉ । ୧୦୦ ବର୍ଷ ହେବ ରାମ ମନ୍ଦିରକୁ ଅପେକ୍ଷା କରାଯାଇଛି । ଏହି ଶୁଭ ଦିନରେ ଆମେ ପ୍ରସବ କରିବାକୁ ଚାହୁଁଛୁ । ଘରକୁ ସନ୍ତାନର ଆଗମନ ହେଲେ, ଏହା ଭାଗ୍ୟର କଥା ହେବ । ସୂଚନାଥାଉ କି, ଚଳିତବର୍ଷ ଜାନୁୟାରୀ ୨୨ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ ।

Roshni

Recent Posts

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

6 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

21 mins ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

29 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

34 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

37 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

51 mins ago