‘ପ୍ରାଣ ପ୍ରତିଷ୍ଠା ଦିନ ଆମ ଘରକୁ ଆସନ୍ତୁ ରାମଲାଲା’…ଉତ୍ତର ପ୍ରଦେଶରେ ଗର୍ଭବତୀ ମହିଳା କଲେ ଡାକ୍ତରଙ୍କୁ ଅନୁରୋଧ

ଜାନୁୟାରୀ ୨୨ରେ କମ୍ପିବ ଅଯୋଧ୍ୟା । ଏହି ଦିନ ହେବ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା, ଯାହାକୁ ନେଇ ଏବେ ପୂରା ଦେଶରେ ଉତ୍ସବର ମାହୋଲ । କେବଳ ଏତିକି ନୁହେଁ, ଏହି ଶୁଭ ଅବସରରେ ସନ୍ତାନ ଜନ୍ମ କରିବାକୁ ଅଧିକାଂଶ ଗର୍ଭବତୀ ମହିଳା ଅନେଇ ବସିଛନ୍ତି । ଉତ୍ତର ପ୍ରଦେଶର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଗର୍ଭବତୀ ଏବଂ ସେମାନଙ୍କ ପରିବାର ଡାକ୍ତରମାନଙ୍କୁ ଏ ନେଇ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି ।

ଗର୍ଭବତୀମାନଙ୍କ କହିବା ହେଲା, ସେମାନଙ୍କ ପ୍ରସବ ତାରିଖ ଜାନୁୟାରୀ ୨୨ ପୂର୍ବରୁ ଥାଉ କିମ୍ବା ପରେ, କିନ୍ତୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ସେମାନେ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି । ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ଗୋଟିଏ ଲେବର ରୁମ୍‌ରେ ପାଖାପାଖି ୧୫ ଜଣଙ୍କ ପ୍ରସବ ହୋଇଥାଏ । ହେଲେ ଏଥର ମହିଳାମାନେ ଅନୁରୋଧ କରିଛନ୍ତି କି, ପ୍ରାଣ ପ୍ରତିଷ୍ଠା ଦିନ ହିଁ ସେମାନଙ୍କ ସନ୍ତାନ ଜନ୍ମ ହେବା ଦରକାର ।

ଯଦିଓ ନର୍ମାଲ ଡେଲିଭରୀ ଚାହୁଁଥିବା ମହିଳାଙ୍କ ବିଷୟରେ କିଛି କୁହାଯାଇ ପାରିବ ନାହିଁ, କିନ୍ତୁ ଯେଉଁମାନଙ୍କର ଅପରେସନ ହେବାର ଅଛି, ସେମାନଙ୍କୁ ଏକପ୍ରକାର ବୁଝାଯାଇଛି ଯେ ପ୍ରସବ ତାରିିଖ ଆଗ, ପଛ ହୋଇପାରେ । ତେବେ ଏହି ହସ୍ପିଟାଲରେ ଜାନୁୟାରୀ ୨୨ରେ ୩୦ଟି ଅପରେସନର ବ୍ୟବସ୍ଥା କରାଯାଇଛି ।

ଗର୍ଭବତୀମାନେ କହିଛନ୍ତି, ‘ଆମେ ଚାହୁଁଛୁ ଏହି ଦିନ ଆମ ଘରକୁ ରାମଲାଲାଙ୍କ ଆଗମନ ହେଉ । ୧୦୦ ବର୍ଷ ହେବ ରାମ ମନ୍ଦିରକୁ ଅପେକ୍ଷା କରାଯାଇଛି । ଏହି ଶୁଭ ଦିନରେ ଆମେ ପ୍ରସବ କରିବାକୁ ଚାହୁଁଛୁ । ଘରକୁ ସନ୍ତାନର ଆଗମନ ହେଲେ, ଏହା ଭାଗ୍ୟର କଥା ହେବ । ସୂଚନାଥାଉ କି, ଚଳିତବର୍ଷ ଜାନୁୟାରୀ ୨୨ରେ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିବେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.