ସାମାନ୍ୟ ବଚସାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ

ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ସାମ୍ପୋଚ୍ ଗ୍ରାମର ସତ୍ୟ ନାରାୟଣ ସ୍ୱାଇଁ। ଦୁଇ ଜଣ ଯୁବକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ।

ବୌଦ୍ଧ (କେନ୍ୟୁଜ) : ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ସାମ୍ପୋଚ ଗ୍ରାମରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ମୃତକ ସାମ୍ପୋଚ୍ ଗ୍ରାମର ସତ୍ୟ ନାରାୟଣ ସ୍ୱାଇଁ। ଦୁଇ ଜଣ ଯୁବକ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ। ହତ୍ୟା ପରେ ଘଟଣା ସ୍ଥଳରୁ ଫେରାର ମାରିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସର ତଦନ୍ତ ଜାରି।

ସୂଚନା ଅନୁଯାୟୀ ସତ୍ୟ ନାରାୟଣ ସ୍ୱାଇଁ ନିଜ ଘର ସାମ୍ନାରେ ବସିଥିବା ସମୟରେ ଉକ୍ତ ଗ୍ରାମର ନିମାଇଁ ଥାଟି ଓ ଦୁର୍ଯ୍ୟୋଧନ ଥାଟି ଆସି ତାଙ୍କ ସହିତ ବଚସା କରିଥିଲେ । ତେବେ କେଉଁ କାରଣରୁ ବଚସା ହୋଇଥିଲା ତାହା ଏବେ ସ୍ପଷ୍ଟ ହୋଇନଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ସତ୍ୟ ନାରାୟଣଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ପୂର୍ବ ଶତ୍ରୁତା କାରଣରୁ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ଘଟଣା ସ୍ଥଳରେ ଆଦର୍ଶ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଆଣିଥିବା ବେଳେ ହତ୍ୟା କରିଥିବା ଅଭିଯୁକ୍ତ ଦୁଇ ଭାଇ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି ।  ସେପଟେ ଆଦର୍ଶ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାରୀ ଦୁଇ ଭାଇଙ୍କୁ ପୋଲିସ ଧରିବାର ପ୍ରୟାସ ଜାରି ରଖିଛି । ହତ୍ୟାକାରୀ ଗିରଫ ହେବା ପରେ ହତ୍ୟାର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.