ଭାରତକୁ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା, ରଦ୍ଦ ହେଲା ଫ୍ଲାଇଟ ଓ ହୋଟେଲ ବୁକିଂ

ପ୍ରଥମେ ସୋସିଆଲ ମିଡିଆରେ ମାଲଦ୍ୱୀପକୁ ବଏକଟ କରିବା ପାଇଁ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ ବିମାନ ଏବଂ ହୋଟେଲ ବୁକିଂ ବାତିଲ କରିଦେଇଥିଲେ ଏବଂ ବର୍ତ୍ତମାନ ଭାରତ ସରକାର ମାଲଦ୍ୱୀପର ହାଇ କମିଶନରଙ୍କୁ ଡକାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାଲଦ୍ୱୀପ ଉପରେ ଗଭୀର ପ୍ରଭାବ ପକାଇଛି । ପ୍ରଥମେ ସୋସିଆଲ ମିଡିଆରେ ମାଲଦ୍ୱୀପକୁ ବଏକଟ କରିବା ପାଇଁ ଏକ ଟ୍ରେଣ୍ଡ ଆରମ୍ଭ ହୋଇଥିଲା, ଏହା ପରେ ଅଗ୍ରଣୀ ଭାରତୀୟ ଟ୍ରାଭେଲ କମ୍ପାନୀଗୁଡିକ ମାଲଦ୍ୱୀପକୁ ବିମାନ ଏବଂ ହୋଟେଲ ବୁକିଂ ବାତିଲ କରିଦେଇଥିଲେ ଏବଂ ବର୍ତ୍ତମାନ ଭାରତ ସରକାର ମାଲଦ୍ୱୀପର ହାଇ କମିଶନରଙ୍କୁ ଡକାଇଛନ୍ତି । ଭାରତ ସରକାରଙ୍କୁ ଡକାଯିବା ପରେ ମାଲଦ୍ୱୀପ ହାଇ କମିଶନର ଇବ୍ରାହିମ ସାହିବ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟରେ ପହଞ୍ଚିଥିଲେ ।

ସ୍ପଷ୍ଟୀକରଣ ଦେବା ପରେ ସେ ଏଠାରୁ ଚାଲିଗଲେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭାରତ ବୈଦେଶିକ ମନ୍ତ୍ରଣାଳୟ ଦୃଢ ଚିନ୍ତା ପ୍ରକଟ କରିଛି । ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପଡ଼ିଲା ଭାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀ ମରିୟମ ଶିଉନା, ମାଲଶା ଓ ହସନ ଜିହାନଙ୍କୁ ନିଲମ୍ବିତ କରିଛନ୍ତି ମାଲଦ୍ୱୀପ ସରକାର । ଏହା ଭିତରେ ‘ଇଜ ମାଇ ଟ୍ରିପ’ ମାଲଦ୍ୱୀପକୁ ଯାଉଥିବା ସମସ୍ତ ଫ୍ଲାଇଟକୁ ରଦ୍ଦ କରିଛି । ଏହା ସହ ସମସ୍ତ ହୋଟେଲ ବୁକିଂ ମଧ୍ୟ ରଦ୍ଦ କରାଯାଇଛି ।

ସୂଚନାଯୋଗ୍ୟ, ପ୍ରତିବର୍ଷ ଭାରତୀୟ ଟୁରିଷ୍ଟ ବହୁ ସଂଖ୍ୟାରେ ମାଲଦ୍ୱୀପ ବୁଲିବାକୁ ଯାଆନ୍ତି । କିନ୍ତୁ ଏବେ ଏହି ବିବାଦ ପରେ ଏହା ମାଲଦ୍ୱୀପର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.