ଦିନ ରାତି ରାସ୍ତା ଘାଟରେ ବୁଲୁଛି ଭାଲୁ, ଗାଁ ଲୋକଙ୍କୁ ଘାରିଛି ଭୟ

ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲୁଛନ୍ତି ଭାଲୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାବେଳେ ଚାରି ଚାରିଟି ଭାଲୁ। ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି । ନିର୍ଭୟରେ ଭାଲୁଙ୍କର ଏପରି ବୁଲିବା ଦେଖି ନାକେଦମ୍ ହେଲେଣି ଗ୍ରାମବାସୀ ।

ଆରେ ଆରେ ଏ କଣ ରାସ୍ତାରେ ଗାଡ଼ି ମୋଟର ଯାଉଥିବା ବେଳେ ଅଟକି ଗଲେ କାହିଁକି । କାହିଁକି ନା ସାମ୍ନାରେ ଲୋକଙ୍କ ଭଳି ରାସ୍ତା ପାର୍‌ ହେଉଥିଲା ଭାଲୁ । ସେ ପୁଣି ଗୋଟାଏ ଭାଲୁ ନୁହେଁ । ଡଉଲ ଡାଉଲ କୌତୁକିଆ ଚାରୋଟି ଭାଲୁୁ ଏକା ସାଙ୍ଗେ ରାସ୍ତା ପାର୍‌ ହେଉଛନ୍ତି । ଟିକିଏ ଏହି ଦୃଶ୍ୟ ଦେଖୁ ନାହାନ୍ତି… କିପରି ଗୋଟାଏ ପରେ ଗୋଟାଏ ଭାଲୁ ଆଗ ପଛ ହୋଇ ଯେପରି କାଥାବାର୍ତ୍ତା କରି ରାସ୍ତା ପାର୍‌ ହେଉଛନ୍ତି।

ନା ତାଙ୍କର ଲୋକଙ୍କ ପ୍ରତି ଭୟ ରହିଛି ନା ଆଶଙ୍କା । ନିର୍ଭୟରେ କରୁଛନ୍ତି ରାସ୍ତା ପାର୍‌। ଯେଉଁ ଦୃଶ୍ୟକୁ ରାସ୍ତାରେ ଯାଉଥିବା ଲୋକେ ମୋବାଇଲ୍‌ କ୍ୟାମେରା ମାଧ୍ୟମରେ କଏଦ୍‌ କରିଥିଲେ । ସେପଟରୁ ଆସୁଥିବା ଲୋକେ ମଧ୍ୟ ଏହି ଭାଲୁକୁ ଦେଖି ଭୟଭୀତ ହୋଇ ଅଟକି ଯାଉଛନ୍ତି । ସେହି ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି । ଭାଲୁ ଯିବାର କିଛି ସମୟ ପରେ ସେହି ରାସ୍ତା ଦେଇ ଲୋକେ ଯିବା ଆସିବା କରିଥିଲେ । ରାସ୍ତା ଚଳାଚଳ ସ୍ୱାଭାବିକ୍‌ ହୋଇଥିଲା ।

ଜଙ୍ଗଲ ଛାଡ଼ି ଗାଁ ଭିତରେ ବୁଲୁଛନ୍ତି ଭାଲୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାବେଳେ ଚାରି ଚାରିଟି ଭାଲୁ। ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି । ନିର୍ଭୟରେ ଭାଲୁଙ୍କର ଏପରି ବୁଲିବା ଦେଖି ନାକେଦମ୍ ହେଲେଣି ଗ୍ରାମବାସୀ । ତିନିରୁ ଚାରିଦିନ ହେଲାଣି ଏହି ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ଓ ସହରାଞ୍ଚଳ ମୁହାଁ ହୋଇଛନ୍ତି । ଏନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଭାଲୁ ବୁଲୁଥିବା ଖବର ପାଇ ପେଟ୍ରୋଲିଂ କରୁଛି ବନ ବିଭାଗ । ଗ୍ରାମବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ରେଞ୍ଜର ।

ଦିନ ରାତି ୪ଟି ଭାଲୁ ନକେଦମ୍ କରୁଛନ୍ତି ସ୍ଥାନୀୟ ଲୋକଙ୍କୁ । ଗତ ତିନିରୁ ଚାରିଦିନ ହେଲାଣି ଏହି ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗା ଓ ସହରାଞ୍ଚଳ ମୁହାଁ ହୋଇଛି ଏପରିକି ଜନବସତି ପଟେ ଆସିବା ଦ୍ଵାରା ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନାଞ୍ଚଳ ଅନ୍ତର୍ଗତ ଆମ୍ବାଗୁଡା, କୁମୁଲିପୁଟ ଅଞ୍ଚଳରେ ଏହି ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ତେବେ କୁହାଯାଉଛି ଶିକାର ଅନେ୍ଵଷଣରେ ଘୂରି ବୁଲୁଛନ୍ତି ଭାଲୁ । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀ ପେଟ୍ରୋଲିଂ କରିବା ସହ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଆଶ୍ଵାସନା ଦେଉଥିବା କହିଛନ୍ତି ରେଞ୍ଜର ସଚ୍ଚି ପରିଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.