Below header

ନୂଆ ବର୍ଷରେ ନୂଆ ଉଡାଣ ଭରିବେ ମାଲକାନଗିରିବାସୀ, ଯୋଡ଼ି ହେବ ବିକାଶର ନୂଆ ଏକ ଫର୍ଦ୍ଦ

ମାଲକାନଗିରି ଜିଲ୍ଲା ଉପଖଣ୍ଡରେ ଥିବା କଟେଲଗୁଡା ନବ ନିର୍ମିତ ବୀମାନ ବନ୍ଦରରେ ଗତକାଲି ଉଡାଜାହାଜ ଟ୍ରାଇଲ ରନ ଶେଷ ହୋଇଛି । ମାଲକାନଗିରି ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଉଡାଜାହାଜ ପରୀକ୍ଷା ମୂଳକ ଭାବେ ଅବତରଣ କରିଛି । ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଭି ଟି ୧୦୦ ବିମାନ ଅବତରଣ ହୋଇଛି ।

ମାଲକାନଗିରି:  ମାଲକାନଗିରି ଜିଲ୍ଲା ଉପଖଣ୍ଡରେ ଥିବା କଟେଲଗୁଡା ନବ ନିର୍ମିତ ବୀମାନ ବନ୍ଦରରେ ଗତକାଲି ଉଡାଜାହାଜ ଟ୍ରାଇଲ ରନ ଶେଷ ହୋଇଛି । ମାଲକାନଗିରି ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଉଡାଜାହାଜ ପରୀକ୍ଷା ମୂଳକ ଭାବେ ଅବତରଣ କରିଛି । ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ଭି ଟି ୧୦୦ ବିମାନ ଅବତରଣ ହୋଇଛି ।

ଅବତରଣ ବେଳେ ଦମକଳ ବାହିନୀ ପକ୍ଷରୁ ଜଳ ସିଞ୍ଚନ କରାଯାଇ ବିମାନକୁ ସ୍ୱାଗତ କରାଯାଇଥିଲା। ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବର କୁ ନେଇ ବିମାନକୁ ଅବତରଣ କରାଇବା ପରେ ପାଇଲଟ ରନ ୱେ ତନଖି କରି ବିମାନ ବନ୍ଦରର ପ୍ରସ୍ତୁତି ନେଇ ଖୁବ୍ ପ୍ରଂଶସା କରିଛନ୍ତି । ଆସନ୍ତା ୯ ତାରିଖରେ ଦିନ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ଅଧକ୍ଷ ଭି କେ ପାଣ୍ଡିଆନ ବିମାନରେ ପହଞ୍ଚି ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ଲମ୍ବ ଓ ଓସାର ୩୦ ମିଟରର ରନୱେ ପ୍ରସ୍ତୁତି ହେଇଛି । ଏଥିପାଇଁ ୨୯ କୋଟି ଟଙ୍କା ବିନିଯୋଗ କରାଯାଇଛି। ବିମାନ କୁ ସ୍ବାଗତ କରିବା ପାଇଁ ଚିତ୍ରକୋଣ୍ଡା ବିଧାୟକ,ମାଲକାନଗିରି ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ଵିଶାଲ ସିଂହ, ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କ ସମେତ ଜିଲ୍ଲା ପ୍ରଶାସନ ର ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ ।

ଲାଲ କରିଡର କୁହାଯାଉଥିବା ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେବ ଆଉ ଏକ ବିକାଶର ନୂଆ ଫର୍ଦ୍ଦ । ଏବେ ଆକାଶ ଯାତ୍ରା କରିବା ସ୍ୱପ୍ନ ପୂରଣ ହେଲା ଜିଲ୍ଲା ବାସୀଙ୍କର । ନୂଆ ବର୍ଷ ରେ ନୂଆ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥନୈତିକ କ୍ଷେତ୍ରରେ ବେଶ୍ ପ୍ରଗତି କରିବ ମାଲକାନଗିରି ଜିଲ୍ଲା । ମୁଖ୍ୟମନ୍ତ୍ରୀଙ୍କ ଫୋକୋସ ରହିଛି ମାଲକାନଗିରି ଜିଲ୍ଲା । ତେଣୁ ସବୁ ଯୋଜନା ମାଲକାନଗିରି ଜିଲ୍ଲା ରୁ ହିଁ ଶୁଭାରମ୍ଭ କରିଥାନ୍ତି । ଲଷ୍ମୀ ବସ ଯୋଜନା,ବିଜୁ ବାୟୁ ସ୍ୱାସ୍ଥ୍ୟ ସେବା, ପୁଷ୍ଟିକର ଯୋଜନା, ବିଜୁ ସ୍ୱାସ୍ଥ୍ୟ ଯୋଜନା, ଟଙ୍କିକିଆ ଚାଉଳ ଏଭଳି ଅନେକ ଯୋଜନା । ମାଲକାନଗିରି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନିଜେ ଶୁଭାରମ୍ଭ କରିଛନ୍ତି । ତେବେ ଏହି ବୀମାନ ବନ୍ଦର ଶୁଭାରମ୍ଭ କରି ଆଉ ଏକ ବିକାଶ ର ନୂଆ ଫର୍ଦ୍ଦ ଯୋଡ଼ିହେବ ମାଲକାନଗିରି ଜିଲ୍ଲା । ସ୍ବାଭିମାନ ଅଞ୍ଚଳ ଦିନେ ବିଛିର୍ଣ୍ଣାଞ୍ଚଳ ଭାବେ ପରିଚିତ ଥିଲା।ମାଓବାଦୀ ଙ୍କ ରାଜଧାନୀ ଭାବେ ପଲୋଟି ଥିଲା ସ୍ବାଭିମାନ ଅଞ୍ଚଳ । ଏବେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିନ୍ନାଞ୍ଚଳରୁ ସ୍ବାଭିମାନ ଅଞ୍ଚଳ ଭାବେ ପରିଚିତ ହେଲା ।

ଏହି ଅଞ୍ଚଳରେ ବିକାଶ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି।ଖାଲି ସ୍ବାଭିମାନ ଅଞ୍ଚଳ କାହିଁକି ସାରା ଜିଲ୍ଲା କେଇ ବର୍ଷ ମଧ୍ୟରେ ତାର ନକ୍ସା ବଦଳିଛି । ରାସ୍ତା ଘାଟ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ଲୋକଙ୍କ ସାମାଜିକ କ୍ଷେତ୍ରରେ, ଶିକ୍ଷା ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ଆଣି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ଜିଲ୍ଲା ରେ ବିମାନ ବନ୍ଦର ହେବା ଦ୍ୱାରା ଜିଲ୍ଲାର ନୁଆ ରୁପରେଖା ଦେଖିବାକୁ ମିଳିବ ବୋଲି ମାଲକାନଗିରି ଜିଲ୍ଲା ବାସୀ କହିଛନ୍ତି । ବହୁ ସୁନ୍ଦର ରହିଛି ମାଲକାନଗିରି ବୀମାନ ବନ୍ଦର।ସୁରକ୍ଷିତ ଭାବେ ବିମାନ ଲ୍ୟାଣ୍ଡ କରିପାରିଛି ବୋଲି ଉଡାଯାହାଜ ପାଇଲଟ କହିଛନ୍ତି । ରାଉଲକେଲା ଆଉ ଜୟପୁର ଠାରୁ ଢେର ବଡ଼ ରହିଛି ମାଲକାନଗିରି ବିମାନ ବନ୍ଦର ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.