Below header

ରାଜଧାନୀରେ ସୁନ୍ଦରୀଙ୍କ ଟଳମଳ ଚାଲି, ରାସ୍ତାର ସବୁ ଗାଡି ଅଟକାଇ କରୁଛନ୍ତି ହାଇଡ୍ରାମା

କେତେବେଳେ ଗାଡି ଅଟକାଉଛନ୍ତି ତ ପୁଣି କେତେବେଳେ ଗାଡି ଆଗକୁ ଚାଲି ଯାଉଛନ୍ତି । ଆପଣ ଭାବୁଥିବେ ଯୁବତୀ ଜଣଙ୍କ ଏପରି କାହିଁକି ହେଉଛନ୍ତି । ଏସବୁ ହେଉଛି ସେ ଢ଼କଲମ୍‌ ପାଇଁ । ଯୁବତୀ ଟିକେ ବୋତଲ ଟେକିଦେଇଛନ୍ତି, ଯାହାପରେ ହୋସରୁ ବେହୋସ ହୋଇଯାଇଛନ୍ତି ଯୁବତୀ ଜଣଙ୍କ ।

(କେନ୍ୟୁଜ) : ରାଜଧାନୀର ଦୃଶ୍ୟ ଇଏ । ଆପଣ ଦେଖିପାରୁଥିବେ ରାଜଧାନୀ ସୁନ୍ଦରୀଙ୍କ ଟଳମଳ ଚାଲିକୁ । ପାଦ ରହୁନି ତଳେ, ଖାଲି ହେଉଛନ୍ତି ଏପଟସେପଟ । ପୁଣି ତା ସାଙ୍ଗକୁ ଦେଖୁନାହାଁନ୍ତି ସେ କେମିତି ହଉଛନ୍ତି । କେତେବେଳେ ଗାଡି ଅଟକାଉଛନ୍ତି ତ ପୁଣି କେତେବେଳେ ଗାଡି ଆଗକୁ ଚାଲି ଯାଉଛନ୍ତି । ଆପଣ ଭାବୁଥିବେ ଯୁବତୀ ଜଣଙ୍କ ଏପରି କାହିଁକି ହେଉଛନ୍ତି । ଏସବୁ ହେଉଛି ସେ ଢ଼କଲମ୍‌ ପାଇଁ । ଯୁବତୀ ଟିକେ ବୋତଲ ଟେକିଦେଇଛନ୍ତି, ଯାହାପରେ ହୋସରୁ ବେହୋସ ହୋଇଯାଇଛନ୍ତି ଯୁବତୀ ଜଣଙ୍କ ।

ରାଜଧାନୀର ଏ ମାତାଲ ଯୁବତୀଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ଦେଖନ୍ତୁ ସୁନ୍ଦର ପୋଷାକ ପିନ୍ଧିଛନ୍ତି ହାଇ ହିଲ୍‌ ବି ପିନ୍ଧିଛନ୍ତି । କିନ୍ତୁ ପାଦେ ଭଲରେ ଚାଲିବାକୁ ଶକ୍ତି ନାହିଁ । କେତେ ନିର୍ଭୟରେ ଦେଖୁନାହାଁନ୍ତି ଗାଡି ଆଗକୁ ଚାଲିଯାଉଛନ୍ତି ।

ଏ ଚିତ୍ର ଯେଉଁ ଆପଣ ଦେଖୁଛନ୍ତି ତାହା ହେଉଛି ଜାଗମରା iter କଲେଜ ଛକର ଦୃଶ୍ୟ । ରାସ୍ତା ମଝିରେ ଅଟୋରେ ଓହ୍ଲାଇ ଯାହାକୁ ପାରିଲେ ତାଙ୍କୁ ଅଟକାଇଲେ । ଖାଲି କଣ ସେତିକି ଗାଡି ଅଟକାଇ ଗାଳି ବି ଦେଉଛନ୍ତି । ତେବେ ରାଜଧାନୀ ସୁନ୍ଦରୀଙ୍କ ଏ ଚିତ୍ର କିନ୍ତୁ ଏବେ ଖୁବ୍‌ ଭାଇରାଲ ହେଉଛି । ମୋବାଇଲକୁ ମୋବାଇଲ ଘୂରି ବୁଲୁଛି ଏ ଦୃଶ୍ୟ । ଯୁବତୀ ଜଣଙ୍କ ଏତେ ନିଶାରେ ଅଛନ୍ତି ଯେ ମୋତି ଗତି ସବୁ ବଦଳିଯାଇଛି ତାଙ୍କର ।

ରାଜଧାନୀର ରାଜରାସ୍ଥାର ବେଶ୍‌ କିଛି ସମୟ ଯୁବତୀ ଜଣଙ୍କ ଏହି କାଣ୍ଡ ଘଟାଇଥିଲେ । ମାତାଲ ହୋଇ ଗାଡି ଆଗକୁ ଚାଲି ଯାଉଥିବାରୁ କିଛି ସମୟ ପାଇଁ ଟ୍ରାଫିକ୍‌ ବି ବାଧାପ୍ରାପ୍ତ ହୋଇଗଲା । ତେବେ ଯୁବତୀ ଜଣଙ୍କର ପରିଚୟ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.