Below header

ଗାଁରେ ବୁଲୁଛନ୍ତି ୪ଟି ଭାଲୁ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ

ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି ୪ ଭାଲୁ। ନାକେଦମ୍ ହେଲେଣି ଗ୍ରାମବାସୀ ।

ଜୟପୁର (କେନ୍ୟୁଜ)  : ଜଙ୍ଗଲ ଛାଡ଼ି ଗାଁ ଭିତରେ ଭାଲୁ। ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଏକାବେଳେ ଚାରି ଚାରିଟି ଭାଲୁ। ଜୟପୁର ବନାଞ୍ଚଳରେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନରାତି ଗାଁରେ ବୁଲୁଛନ୍ତି ୪ ଭାଲୁ। ନାକେଦମ୍ ହେଲେଣି ଗ୍ରାମବାସୀ ।

ତିନିରୁ ଚାରିଦିନ ହେଲାଣି ଏହି ୪ଟି ଭାଲୁ ଜଙ୍ଗଲ ଛାଡ଼ି ଗାଁ ଓ ସହରାଞ୍ଚଳ ମୁହାଁ ହୋଇଛନ୍ତି । ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଭାଲୁ ବୁଲୁଥିବା ଖବର ପାଇ ପେଟ୍ରୋଲିଂ କରୁଛି ବନ ବିଭାଗ । ଗ୍ରାମବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ରେଞ୍ଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.