ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି, କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌

କେନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି। ନାସିକରେ ପ୍ରଚାର ଅଭିଯାନ ଆରମ୍ଭ କରି କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, କାଶ୍ମୀରବାସୀଙ୍କୁ ଦଶନ୍ଧି ଦଶନ୍ଧି ଧରି ଦୁର୍ଦ୍ଦଶା ଭିତରେ ରଖିଥିଲା କଂଗ୍ରେସ । ଆମକୁ ଉପତ୍ୟାକାରେ ନୂଆ ସ୍ୱର୍ଗ ତିଆରି କରିବାକୁ ହେବ। ପ୍ରତି କାଶ୍ମୀରବାସୀଙ୍କୁ ଆଲିଙ୍ଗନ କରିବାକୁ ହେବ।

ଭାରତର ଏକତା ପାଇଁ ଏହି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କାଶ୍ମୀରବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱପ୍ନକୁ ପୂରଣ କରିବାକୁ ଏହା ମାଧ୍ୟମ ହେବ। ସେହିପରି କାଶ୍ମୀରକୁ ଅସ୍ଥିର କରିବାକୁ ସୀମା ସେପାଖରୁ ଉଦ୍ୟମ କରାଯାଉଛି ବୋଲି ମୋଦି କହିଛନ୍ତି। ଅନ୍ୟପଟେ ପାକିସ୍ତାନ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଥିଲେ ମୋଦି। କହିଥିଲେ, କାଶ୍ମୀରକୁ ନେଇ କଂଗ୍ରେସ ଦ୍ୱନ୍ଦରେ ରହିଛି। କିନ୍ତୁ ଶରଦ ପାଓ୍ଵରଙ୍କ ଭଳି ଜଣେ ଭୋଟ ପାଇଁ ଏଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବିରୋଧୀ ବୟାନବାଜି କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago