ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି, କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍
କେନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି। ନାସିକରେ ପ୍ରଚାର ଅଭିଯାନ ଆରମ୍ଭ କରି କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, କାଶ୍ମୀରବାସୀଙ୍କୁ ଦଶନ୍ଧି ଦଶନ୍ଧି ଧରି ଦୁର୍ଦ୍ଦଶା ଭିତରେ ରଖିଥିଲା କଂଗ୍ରେସ । ଆମକୁ ଉପତ୍ୟାକାରେ ନୂଆ ସ୍ୱର୍ଗ ତିଆରି କରିବାକୁ ହେବ। ପ୍ରତି କାଶ୍ମୀରବାସୀଙ୍କୁ ଆଲିଙ୍ଗନ କରିବାକୁ ହେବ।
Addressing a huge rally in Nashik. Watch. https://t.co/rZYRiG2pZs
— Narendra Modi (@narendramodi) September 19, 2019
ଭାରତର ଏକତା ପାଇଁ ଏହି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କାଶ୍ମୀରବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱପ୍ନକୁ ପୂରଣ କରିବାକୁ ଏହା ମାଧ୍ୟମ ହେବ। ସେହିପରି କାଶ୍ମୀରକୁ ଅସ୍ଥିର କରିବାକୁ ସୀମା ସେପାଖରୁ ଉଦ୍ୟମ କରାଯାଉଛି ବୋଲି ମୋଦି କହିଛନ୍ତି। ଅନ୍ୟପଟେ ପାକିସ୍ତାନ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ମୋଦି। କହିଥିଲେ, କାଶ୍ମୀରକୁ ନେଇ କଂଗ୍ରେସ ଦ୍ୱନ୍ଦରେ ରହିଛି। କିନ୍ତୁ ଶରଦ ପାଓ୍ଵରଙ୍କ ଭଳି ଜଣେ ଭୋଟ ପାଇଁ ଏଭଳି ମନ୍ତବ୍ୟ ଦେବା ଠିକ୍ ନୁହେଁ। ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବିରୋଧୀ ବୟାନବାଜି କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।