କନ୍ଧମାଳ: ଗୁଣ୍ଡା ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ହତ୍ୟା ଧମକ ଦେଇ ହେଲେ ଗିରଫ

ଶିକ୍ଷୟତ୍ରୀଙ୍କୁ ହତ୍ୟା ଧମକ ଦେଇ ପ୍ରଧାନଶିକ୍ଷକ ଗିରଫ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କୁଡୁତେଲି ହାଇସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଗିରଫ କରିଛି ପୋଲିସ। ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଶାରିରୀକ, ମାନସିକ ନିର୍ଯାତନ ସହ ଜାତିଆଣ ମନ୍ତବ୍ୟ ଓ ହତ୍ୟା ଧମକ ଦେଉଥିବା ନେଇ ସେ ଅଭିଯୋଗ କରିଥିଲେ।

TEACHER-2

ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଶିକ୍ଷକ ସଦାଶିବ ବେହେରା ଓ ସୁଶାନ୍ତ ବଳିଆରସିଂହ ଫେରାର ଅଛନ୍ତି। ଗତ ୧୨ତାରିଖରେ ଶିକ୍ଷୟତ୍ରୀଙ୍କୁ ନ୍ୟାୟ ଦାବିରେ କୁଇ ସମାଜ ପକ୍ଷରୁ ରାସ୍ତାରୋକ ସହ କ. ନୂଆଗାଁ ଥାନା ଘେରାଉ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.