ଦେଶ ବିଦେଶ

ଲଙ୍କାରେ ନିଆଁ, ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ବାସଭବନ ଜାଳିଦେଲେ ବିକ୍ଷୋକଭକାରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ବାସଭବନ ଜାଳିଦେଲେ ବିକ୍ଷୋକଭକାରୀ । ଘରେ ପଶି ଭଙ୍ଗା ରୁଜା ମଧ୍ୟ କରିଛନ୍ତି । ତା ପୂର୍ବରୁ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ନେଇଥିଲେ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ। କେଉଁଠି ଅଛନ୍ତି ଜଣାପଡିନଥିଲେ ମଧ୍ୟ ସେନା ମୁଖ୍ୟାଳୟରେ ଆଶ୍ରୟ ନେଇଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଜୋରଦାର ବିକ୍ଷୋଭ ।

ଦେଶର ବିଭିନ୍ନ ପ୍ରାନ୍ତର ବହୁ ସଂଖ୍ୟାରେ ଲୋକ କଲମ୍ବୋରେ ଏକାଠି ହୋଇ ଗୋଟାବାୟାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ପ୍ଲାକାର୍ଡର୍, ଶ୍ରୀଲଙ୍କା ପତାକା ଓ ମୁଣ୍ଡରେ ହେଲମେଟ ପିନ୍ଧି ରାଷ୍ଟ୍ରପତି ଭବନ ଆଡକୁ ମାଡ଼ଆସିଥିଲେ। ଧସେଇ ପଶିବା ବେଳେ ପୋଲିସ ସେମାନଙ୍କ ଉପରେ ପାଣିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। କିନ୍ତୁ ବହୁ ସଂଖ୍ୟାରେ ବିକ୍ଷୋଭକାରୀଙ୍କ ଆଗରେ ପୋଲିସ ଅସହାୟ ହୋଇପଡ଼ିଥିଲା।

ରାଷ୍ଟ୍ରପତି ଭବନରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଏହାକୁ ପୂରା ନିୟନ୍ତ୍ରଣକୁ ନେଇଛନ୍ତି ବିକ୍ଷୋଭକାରୀ। ଆର୍ଥିକ ସଙ୍କଟର ମୁକାବିଲା ପାଇଁ ସରକାର ବିଫଳ ହୋଇଥିବାରୁ ଗତ କିଛି ମାସ ଧରି ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବା ପରେ ମାର୍ଚ୍ଚ ମାସରୁ ଦେଶବ୍ୟାପୀ ପ୍ରତିବାଦର ସ୍ୱର ତେଜୁଛି। ସାତ ଦଶନ୍ଧି ମଧ୍ୟରେ ସବୁଠାରୁ ଦୁର୍ଦ୍ଦିନରେ ଗତି କରୁଛି ଦେଶ । ପୂରା ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ତୈଳ ସଙ୍କଟ ଉତ୍କଟ ।

ମିଳୁନି ଖାଦ୍ୟ ପଦାର୍ଥ, ଔଷଧ । ତୈଳ ଅଭାବ ଯୋଗୁ ପରିବହନ ସେବା ଠପ୍‌ । ଦେଶର ଦୁର୍ଗତି ପାଇଁ ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍‌ସେଙ୍କ ପରିବାରକୁ ଦାୟୀ କରିଛନ୍ତି ସିଂହଳୀବାସୀ।

Niharanjan

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

3 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

6 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago