ଦେଶ ବିଦେଶ

ପୋଲିସ ହାତରେ ଗିରଫ ହେଲା ୨୦ରୁ ଅଧିକ ହତ୍ୟା କରିଥିବା ସାଇକୋ କିଲ୍‌ର : ପିତାଙ୍କ ହତ୍ୟାର ବଦ୍‌ଲା ନେବା ପାଇଁ ବନିଥିଲା ଅପରାଧୀ

ପଟ୍‌ନା : ପରିବେଶ ପରିସ୍ଥିତି ମଣିଷକୁ ବଦଳାଇ ଦିଏ । ଜଣେ ଏମ୍‌ସିଏ ଡିଗ୍ରୀ ଧାରୀ ବ୍ୟକ୍ତି, ଭଲ ଚାକିରି ଛାଡି ପିତା ହତ୍ୟାର ପ୍ରତିଶୋଧ ନେବା ପାଇଁ ବନିଗଲେ ସରିୟଲ୍‌ କିଲର । ଏମିତି ଥିଲା ପ୍ରତିଶୋଧ ପଛର କାହାଣୀ ।

ନାମ ହେଉଛି ଅବିନାଶ ଶ୍ରୀବାସ୍ତବ । ସେ ପୂର୍ବ ଏମ୍‌ଏଲ୍‌ସି ଲଲନ ଶ୍ରୀବାସ୍ତବଙ୍କ ପୁଅ । ପଟନା କଙ୍କଡବାଗ୍‌ ଏମ୍‌ଆଜି କଲୋନୀରେ ରୁହନ୍ତି । ଅବିନାଶଙ୍କ ପିତା ଲଲନ୍‌ ଶ୍ରୀବାସ୍ତବଙ୍କୁ ୨୦୦୨ରେ ହତ୍ୟା କରାଯାଇଥିଲା । ତା’ପରେ ପିତାଙ୍କ ହତ୍ୟାର ବଦ୍‌ଲା ନେବା ପାଇଁ ସେ ନିଷ୍ପତ୍ତି ନେଲେ । କିଛି ଦିନ ପରେ ପିତାଙ୍କ ହତ୍ୟାକାରୀର ଖବର ମଧ୍ୟ ପାଇଗଲେ । ହତ୍ୟାକାରୀକୁ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୩୨ଟି ଗୁଳି ମାରିଥିବା ପୋଲିସ କହିଛି ।

ଅବିନାଶଙ୍କ ଏମ୍‌ସିଏ ଡିଗ୍ରୀ ଥିବାବେଳେ ଇଂରାଜୀରେ କରୁଥିଲେ କଥାବାର୍ତ୍ତା । ଦିଲ୍ଲୀରେ ରହି ପାଠ ପଢ଼ିଥିବା ଅବିନାଶ ଏକ ବଡ କମ୍ପାନୀରେ ଚାକିରି କରୁଥିଲେ । ହେଲେ ପିତାଙ୍କ ହତ୍ୟା ପରେ ତାଙ୍କର ଜୀବନର ଗତିପଥ ବଦଳିଯାଇଥିଲା । ପୁଲିସ ରେକର୍ଡରେ ଜଣେ ସାର୍ପ ସୁଟର ଭାବେ ତାଙ୍କ ନାମରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି । ନିକଟରେ ହାଜିପୁର ଜେଲ୍‌ରୁ ବାହାରିବା ପରେ ନେପାଳ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି ।

Niharanjan

Recent Posts

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

11 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

17 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

24 mins ago

ଅସ୍ତରଙ୍ଗ ଜାହାନିଆରେ ଜମିଥିଲା ହଜାର ହଜାର ପର୍ଯ୍ୟଟକଙ୍କ ଭିଡ, ଝାଉଁ ଜଙ୍ଗଲରେ ମଜା କହିଲେ ନସରେ

କାକଟପୁର(କେନ୍ୟୁଜ): ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏଥିପାଇଁ ଗାଁ ଠାରୁ ସହର ସବୁଠାରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା…

32 mins ago

ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Xiaomi MIX Fold 4, ମିଳିବ ସାଟେଲାଇଟ୍ କନେକ୍ଟିଭିଟି ଫିଚର୍ସ

ସାଓମି ହେଉଛି ଭାରତର ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ କମ୍ପାନୀ । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ସାଓମି ସ୍ମାର୍ଟଫୋନ୍…

57 mins ago

ଦିଲ୍ଲୀ ଏୟାରପୋର୍ଟରେ ବିଦ୍ୟୁତ୍‌ କାଟ୍‌ ; ସିଷ୍ଟମ ଠପ୍‌, ବିମାନ ଉପରେ ପ୍ରଭାବ, ଯାତ୍ରୀ ହନ୍ତସନ୍ତ

ରାଜଧାନୀ ଦିଲ୍ଲୀରେ ବିଜୁଳି କାଟ୍‌ ହେବା ଯୋଗୁଁ ସବୁ କାର୍ଯ୍ୟରେ ପ୍ରଭାବ ପଡିଛି । ବିଜୁଳି କାଟ ହେବା ଯୋଗୁଁ…

1 hour ago