ପୋଲିସ ହାତରେ ଗିରଫ ହେଲା ୨୦ରୁ ଅଧିକ ହତ୍ୟା କରିଥିବା ସାଇକୋ କିଲ୍ର : ପିତାଙ୍କ ହତ୍ୟାର ବଦ୍ଲା ନେବା ପାଇଁ ବନିଥିଲା ଅପରାଧୀ

ପଟ୍ନା : ପରିବେଶ ପରିସ୍ଥିତି ମଣିଷକୁ ବଦଳାଇ ଦିଏ । ଜଣେ ଏମ୍ସିଏ ଡିଗ୍ରୀ ଧାରୀ ବ୍ୟକ୍ତି, ଭଲ ଚାକିରି ଛାଡି ପିତା ହତ୍ୟାର ପ୍ରତିଶୋଧ ନେବା ପାଇଁ ବନିଗଲେ ସରିୟଲ୍ କିଲର । ଏମିତି ଥିଲା ପ୍ରତିଶୋଧ ପଛର କାହାଣୀ ।
ନାମ ହେଉଛି ଅବିନାଶ ଶ୍ରୀବାସ୍ତବ । ସେ ପୂର୍ବ ଏମ୍ଏଲ୍ସି ଲଲନ ଶ୍ରୀବାସ୍ତବଙ୍କ ପୁଅ । ପଟନା କଙ୍କଡବାଗ୍ ଏମ୍ଆଜି କଲୋନୀରେ ରୁହନ୍ତି । ଅବିନାଶଙ୍କ ପିତା ଲଲନ୍ ଶ୍ରୀବାସ୍ତବଙ୍କୁ ୨୦୦୨ରେ ହତ୍ୟା କରାଯାଇଥିଲା । ତା’ପରେ ପିତାଙ୍କ ହତ୍ୟାର ବଦ୍ଲା ନେବା ପାଇଁ ସେ ନିଷ୍ପତ୍ତି ନେଲେ । କିଛି ଦିନ ପରେ ପିତାଙ୍କ ହତ୍ୟାକାରୀର ଖବର ମଧ୍ୟ ପାଇଗଲେ । ହତ୍ୟାକାରୀକୁ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୩୨ଟି ଗୁଳି ମାରିଥିବା ପୋଲିସ କହିଛି ।
ଅବିନାଶଙ୍କ ଏମ୍ସିଏ ଡିଗ୍ରୀ ଥିବାବେଳେ ଇଂରାଜୀରେ କରୁଥିଲେ କଥାବାର୍ତ୍ତା । ଦିଲ୍ଲୀରେ ରହି ପାଠ ପଢ଼ିଥିବା ଅବିନାଶ ଏକ ବଡ କମ୍ପାନୀରେ ଚାକିରି କରୁଥିଲେ । ହେଲେ ପିତାଙ୍କ ହତ୍ୟା ପରେ ତାଙ୍କର ଜୀବନର ଗତିପଥ ବଦଳିଯାଇଥିଲା । ପୁଲିସ ରେକର୍ଡରେ ଜଣେ ସାର୍ପ ସୁଟର ଭାବେ ତାଙ୍କ ନାମରେ ୨୦ରୁ ଅଧିକ ହତ୍ୟା ମାମଲା ରହିଛି । ନିକଟରେ ହାଜିପୁର ଜେଲ୍ରୁ ବାହାରିବା ପରେ ନେପାଳ ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି ।