BJPର ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଓ  ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା, ଓଡିଶାରୁ ୪ ସାମିଲ

କେନ୍ୟୁଜ୍(ବ୍ୟୁରୋ):  BJPର ନୂଆ ଟିମ୍‌ ଘୋଷଣା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଟିମ୍‌ ଘୋଷଣା କରାଯାଇଛି। ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ନାଁ ଓ  ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରାଯାଇଛି। ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ୍. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି । ନୂଆକରି ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦାୟିତ୍ବ ମିଳିଛି। ସେହିଭଳି ପୂର୍ବପରି  ରାଷ୍ଟ୍ରୀୟ ପ୍ରବକ୍ତା ପଦ ବଜାୟ ରଖିଛନ୍ତି ଡ.ସମ୍ବିତ ପାତ୍ର।

ସେହିପରି ଭୂପେନ୍ଦ୍ର ଯାଦବ, ଅରୁଣ ସିଂହ, କୈଳାସ ବିଜୟବର୍ଗୀୟ ସା.ସଂପାଦକ, ଦୁଷ୍ୟନ୍ତ ଗୌତମ, ଡି.ପୁରନ୍ଦେଶ୍ୱରୀ, ସି.ଟି ରବି ସା.ସଂପାଦକ, ତରୁଣ ଚୁଗ୍, ଦିଲ୍ଲୀପ ସାଇକିଆଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି।