ଆଜ୍ମା ସମସ୍ୟାରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର, କିଛି ଦିନରେ ଦେଖିବେ ତଫାତ୍

ଦୁନିଆରେ ପ୍ରାୟ ୨୪ କୋଟି ଲୋକ ଆଜ୍ମାରେ ପୀଡ଼ିତ ଅଛନ୍ତି। ସେଥିମଧ୍ୟରୁ ଭାରତର ପ୍ରାୟ ୨ କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜ୍ମା ହେବାର ଅନେକ କାରଣ ରହିଛି। କିଛି ଲୋକଙ୍କୁ ଏହା ବଂଶାନୁଗତ ଭାବେ ହେଉଥିବା ବେଳେ ଆଉ କିଛିଙ୍କୁ ଆଲର୍ଜି ଯୋଗୁ ହୋଇଥାଏ। ଫୁସ୍ଫୁସ୍ରେ ସମସ୍ୟା ଥିଲେ ବ୍ୟକ୍ତିଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହୁଏ। ତେବେ ଆସନ୍ତୁ ଜାଣିବା ଆଜ୍ମାର କେତେକ ଘରୋଇ ଉପଚାର…
ମହୁ:
ମହୁରେ ପ୍ରଚୁର ପରିମାଣରେ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ। ଏହା ଆଜ୍ମାରେ ହେଉଥିବା କାଶ ଓ ଗଳାର ସମସ୍ୟାକୁ ଦୂର କରେ। ଏଣୁ ଆଜ୍ମା ଥିଲେ ହର୍ବାଲ ଚା’ ପିଅନ୍ତୁ।
ରସୁଣ:
ରସୁଣରେ ଆଣ୍ଟି ଇନ୍ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଆଜ୍ମା ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ। ଏଥିପାଇଁ ଅଧ କପ୍ ଅଦା ଚା’ରେ ୨-୩ ରସୁଣ କୋଲାକୁ ଛେଚିକି ପକାଇ ଦିଅନ୍ତୁ। ଟିକେ ଫୁଟିଗଲେ ଛାଣିକି ପିଅନ୍ତୁ।
ଅଦା ଓ ହଳଦୀ:
ଗରମ ପାଣିରେ ଅଦାକୁ ଛେଚି ପକାଇ ଫୁଟାନ୍ତୁ। ପରେ ଏଥିରେ ହଳଦୀ ପକାନ୍ତୁ। ଏହାକୁ ଗରମ ଥିବା ଅବସ୍ଥାରେ ପିଇଦିଅନ୍ତୁ। ଦିନକୁ ଦୁଇ ଥର ଏହି ଚା’ ପିଇଲେ ଆଜ୍ମା ଆଟାକ୍ରୁ ମୁକ୍ତି ମିଳିବ।
ଡାଲଚିନି:
ଡାଲଚିନିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଓ ପ୍ରୋଟିନ୍ ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ଆଜ୍ମା ରୋଗୀଙ୍କ ପାଇଁ ଆବଶ୍ୟକ। ଏଥିପାଇଁ ରାତିରେ ଏକ କପ୍ ଗରମ ପାଣିରେ ଏକ ଚାମକ ଡାଲଚିନି ପାଉଡର, ଏକ ଚାମ ତ୍ରିକଟୁ ଚୂର୍ଣ୍ଣ ଓ ୧ ଚାମଚ ମହୁ ମିଶାଇ ପିଅନ୍ତୁ। ଆପଣ ଚାହିଁଲେ ଦିନରେ ବି ଏହାକୁ ସେବନ କରିପାରିବେ।
ତେଜପତ୍ର:
ଆଜ୍ମା ସମସ୍ୟାକୁ କମ୍ କରିବାରେ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିପାଇଁ ଅଧ ଚାମଚ ତେଜପତ୍ର ପାଉଡରରେ ଏକ ଚାମଚ ପିପଳି ଓ ଏକ ଚାମଚ ମହୁ ମିଶାଇ ଦିନରେ ତିନିଥର ସେବନ କରନ୍ତୁ। ଆଜ୍ମା କମିଯିବ।