ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ ପ୍ରସାଦ ରବି

କେନ୍ୟୁଜ୍(ବ୍ୟୁରୋ): ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ ପ୍ରସାଦ ରବି । ଆଜି ତାଙ୍କୁ ବାନ୍ଧିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ କିଛି ଦିନ ହେବ ତାଙ୍କୁ ମାରାଥନ୍‌ ଜେରା କରିଥିଲା ଏନସିବି । ଅଭିଯୋଗ ହୋଇଥିଲା କ୍ଷୀତିଜ ଡ୍ରଗ୍ସ ଡିଲରଙ୍କଠାରୁ ଡ୍ରଗ୍ସ ଆଣୁଥିଲା । ପରେ ଅନ୍ୟମାନଙ୍କୁ ବିକ୍ରି କରୁଥିଲା । ନିକଟରେ ଜଣେ ଡ୍ରଗ୍ସ ମାଫିଆଙ୍କ ସହ କ୍ଷୀତିଶଙ୍କ ଫଟୋ ସାମନାକୁ ଆସିଥିଲା । ଯାହାକୁ ତାଙ୍କ ବିରୋଧରେ ବଡ଼ ପ୍ରମାଣ ଭାବରେ ଧରିଥିଲା ଏନସିବି । ତାଙ୍କୁ ହାଜର ହେବାକୁ ପୂର୍ବରୁ ସମନ୍‌ କରିଥିଲା ।

ପଚରାଉଡରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ସୂରାକ ପାଇଥିଲେ ଏନସିବି ଟିମ୍‌ । କ୍ଷୀତିଜଙ୍କ ଘରେ ହେଉଥିବା ପାର୍ଟିରେ ଡ୍ରଗ୍ସ ମାଫିଆଙ୍କ ଯିବା ଆସିବା ହେଉଥିଲା । ବିଶେଷ କରି ଡ୍ରଗ୍ସ ମାଫିଆ ଅଙ୍କୁଶକୁ ଦେଖିବାକୁ ମିଳୁଥିଲା । ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ କରନ ଜୋହରଙ୍କ ଘନିଷ୍ଠ ଥିଲେ କ୍ଷୀତିଜ ପ୍ରସାଦ ରବି । ଏହାରି ଭିତରେ କରଣ ଜୋହର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କ୍ଷୀତିଜ ଗୋଟିଏ ପ୍ରୋଜେକ୍ଟ ପାଇଁ ତାଙ୍କ କମ୍ପାନୀ ସହ ଜଡ଼ିତ ଥିଲେ । କିନ୍ତୁ ତାଙ୍କର ଘନିଷ୍ଠ ସହଯୋଗୀ ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.