ଆର୍ଥିକ ଦୂରାବସ୍ଥା ମଧ୍ୟରେ ଗତି କରୁଛନ୍ତି ଅନୀଲ ଅମ୍ବାନୀ, ଗହଣା ବିକି ଦେଉଛନ୍ତି ଓକିଲ ଫିସ୍

ଦିନେ ଭାରତର ସବୁଠୁ ଧନୀ ତାଲିକାରେ ଥିବା ଅନୀଲ ଅମ୍ବାନୀଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ତାଙ୍କ ପାଖରେ ଏବେ ଓକିଲ ଫିସ୍ ଭରିବାକୁ ବି ଟଙ୍କା ନଥିବା ଜଣାଯାଇଛି। ଏଣୁ ନିଜର ସମସ୍ତ ସୁନା ଗହଣା ବିକ୍ରି କରି ସେ ଓକିଲଙ୍କ ଫିସ୍ ଭରୁଛନ୍ତି ବୋଲି କହିଛନ୍ତି ଅନୀଲ। ୟୁକେର ଏକ କୋର୍ଟରେ ଅନୀଲ ନିଜ ଜୀବନୀ ସମ୍ପର୍କରେ କହିଛନ୍ତି। ଋଣ ବୋଝରେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବା ଅନୀଲ କୋର୍ଟଙ୍କୁ କହିଛନ୍ତି ଏବେ ସେ ସାଧାରଣ ଜୀବନଯାପନ କରୁଛନ୍ତି। ତାଙ୍କ ନିକଟରେ ଯାତାୟାତ କରିବାକୁ କେବଳ ଏକ କାର ରହିଛି ଓ ଓକିଲଙ୍କ ଫିସ୍ ଭରିବା ପାଇଁ ସେ ନିଜ ସବୁ ଗହଣା ବି ବିକ୍ରି କରି ସାରିଲେଣି।
ସେ କହିଛନ୍ତି ଜାନୁଆରୀରୁ ଜୁନ୍ ୨୦୨୦ ମଧ୍ୟରେ ସେ ନିଜର ସମସ୍ତ ଗହଣା ୯.୯ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏବେ ତାଙ୍କ ନିକଟରେ କୌଣସି ଦାମୀ ବସ୍ତୁ ନାହିଁ। ଅନୀଲଙ୍କୁ ତାଙ୍କୁ ଲଗ୍ଜ୍ୟୁରୀ କାର ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି ଯେ ମିଡିଆରେ ଯାହା ଦେଖାଯାଉଛି ତାହା ଗୁଜବ। ତାଙ୍କ ନିକଟରେ କୌଣସି ରୟାଲ କାର ନାହିଁ। ସେ କେବଳ ଯିବା ଆସିବା କରିବାକୁ ଏକ କାର ରଖିଛନ୍ତି।
ସୂଚନାଯୋଗ୍ୟ ଯେ ୟୁକେର ଅଦାଲତ ୨୨ ମେ ୨୦୨୦ରେ ଅନୀଲ ଅମ୍ବାନୀଙ୍କୁ ତିନି ଚୀନୀ ବ୍ୟାଙ୍କର ୧୨ ଜୁନ୍ ୨୦୨୦ ମଧ୍ୟରେ ୭୧, ୬୯,୧୭,୬୮୧ ଡଲାର(ପ୍ରାୟ ୫,୨୮୧ କୋଟି ଟଙ୍କା)ର ଋଣ ସୁଝିବାକୁ ଓ କୋର୍ଟ ଖର୍ଚ୍ଚ ୫୦ ହଜାର ପାଉଣ୍ଡ(ପ୍ରାୟ ୭ କୋଟି ଟଙ୍କା) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।