୧ ଅକ୍ଟୋବରରୁ ବଦଳିଯିବ ସ୍ୱାସ୍ଥ୍ୟ ବୀମା ସମ୍ବନ୍ଧୀୟ ଏସବୁ ନିୟମ, ଜାଣନ୍ତୁ ମିଳିବ କି କି ଲାଭ

ଅକ୍ଟୋବର ୧ରୁ ବଦଳିଯିବ ସ୍ୱାସ୍ଥ୍ୟ ବୀମା ସହ ଜଡ଼ିତ କେତେକ ନିୟମ। ଏହି ପରିବର୍ତ୍ତିତ ନିୟମ ଯୋଗୁ ବୀମାଧାରୀମାନେ ବେଶ୍ ଲାଭବାନ୍ ହୋଇପାରିବେ ବୋଲି ଜଣାଯାଇଛି। IRDAI ତରଫରୁ ବୀମା କମ୍ପାନୀମାନଙ୍କୁ ଯେଉଁ ରୋଗ ବୀମା ପଲିସ ଅନ୍ତର୍ଗତ ଆସୁନାହିଁ ତାହାକୁ କଭର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୪୮ ମାସ ପୂର୍ବରୁ ଯେଉଁ ରୋଗର ଚିକିତ୍ସା କରାଯାଉଥିଲା ତାହାକୁ ମଧ୍ୟ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି IRDAI।
କେଉଁ ରୋଗରେ ବୀମା ପଲିସି କାମ ଦେବନି ସେ ନେଇ ସୂଚନା ଦେବେ:
ପଲିସିଧାରକ ଆଧୁନିକ ଉପଚାର ବିଧି ପାଇଁ ସ୍ୱାସ୍ଥ୍ୟ ବୀମା କଭରରେ ଉପଲବ୍ଧତାରୁ ବଞ୍ଚିତ ହେବେ ନାହିଁ। କେଉଁ କେଉଁ ରୋଗର ଚିକିତ୍ସା ପାଇଁ ପଲିସି କାମ କରିବ ନାହିଁ ବୀମା କମ୍ପାନୀ ସେ ନେଇ ପୂର୍ବରୁ ସୁନିଶ୍ଚିତ କରିବେ।
୮ ବର୍ଷ ପରେ ଗ୍ରାହକଙ୍କୁ କେହି ମନା କରିପାରିବେ ନାହିଁ:
ଗତ ବର୍ଷ ଜୁନ୍ରେ IRDAI ତରଫରୁ କୁହାଯାଉଥିଲା ଯେ ଯଦି ସ୍ୱାସ୍ଥ୍ୟ ବୀମା ପଲିସିକୁ ୮ ବର୍ଷ ପୂରଣ ହୋଇଯାଇଛି, ଅର୍ଥାତ୍ ପଲିସିଧାରକ ଆଠ ବର୍ଷ ଧରି ଲଗାତାର ପ୍ରିମିୟମ୍ ଦେଉଛନ୍ତି, ତେବେ ସେ ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇବାକୁ ଯୋଗ୍ୟ। ୯ମ ବର୍ଷରେ ତାଙ୍କ ଦାବିକୁ କେହି ଖାରଜ କରିପାରିବେ ନାହିଁ।
PED ର ନୂଆ ପରିଭାଷା:
ସ୍ୱାସ୍ଥ୍ୟବୀମା ପଲିସିର ମାନକୀକରଣ ସମ୍ବନ୍ଧରେ ଜାରି କରାଯାଇଥିବା ଗାଇଡ୍ଲାଇନ୍ ମୁତାବକ ପୂର୍ବରୁ ଥିବା ରୋଗର ପରିଭାଷାକୁ ଗ୍ରାହକଙ୍କ ଆବଶ୍ୟକ ଅନୁସାରେ ବଦଳାଇବାକୁ ହେବ। ଅର୍ଥାତ୍ ଯେଉଁ ରୋଗକୁ ଡାକ୍ତର ଠିକ୍ କରିପାରିବେ, ତାହାକୁ ସ୍ୱାସ୍ଥ୍ୟ କଭର ଜାରି କରିବାର ୪୮ ମାସ ପୂର୍ବରୁ PED ଅନ୍ତର୍ଗତ ବର୍ଗୀକୃତ କରାହେବ। IRDAI ନିର୍ଦ୍ଦେଶ ଦେଇଛନ୍ତି ଯେ ଗ୍ରାହକଙ୍କ ସହମତି ପରେ ହିଁ ତାଙ୍କ ପଲିସିକୁ ବହିଷ୍କାର କରିପାରିବେ।