ରାଜଧାନୀ ଭୁବନେଶ୍ବରରୁ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୩୫୩

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରୁ ଆଜି ୩୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ୨୦୫୩୮ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ସେହିଭଳି ଆଜି ଭୁବନେଶ୍ବରରୁ ୩୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।
ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୬୨ ଜଣ ଓ ଲୋକାଲ କଣ୍ଟାକ୍ଟ କେସରୁ ୨୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଚନ୍ଦ୍ରଶେଖରପୁରର ୫ଜଣ, ବ୍ରହ୍ମେଶ୍ବର ପାଟଣାର ୨ ଜଣ, ବାପୁଜୀ ନଗର,ବରମୁଣ୍ଡା,ଚିନ୍ତାମଣିଶ୍ବର,କଟକରୋଡ,ଡୁମୁଡୁମା,ଗଜପତି ନଗର,ଗଙ୍ଗନଗରରୁ ଜଣେ ଲଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Update on newly detected #COVID19 cases in the last
24 hrs under the BMC area on 26th Sep 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/zecjHhK6In— BMC (@bmcbbsr) September 26, 2020
ସେହିଭଳି ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ ଚନ୍ଦ୍ରଶେଖରପୁରର ସର୍ବାଧିକ ୧୨ ଜଣ ଆକ୍ରାନ୍ତ ଅଛନ୍ତି । ବଡଗଡ ଗଗନନଗରରୁ ୫ ଜଣ,ବରମୁଣ୍ଡାର ୫,ବମିଖାଲର ୭,ବୁଦ୍ଧେଶ୍ବରୀ କଲୋନୀରୁ ୩,ଚିନ୍ତାମଣିଶ୍ବରରୁ ୭,ଡୁମୁଡୁମାରୁ ୮, ଡମଣାରୁ ୨,ଚକେଇସିଆଣୀରୁ ୨,ବିଜେବୀ ନଗରର ୨,ବଡଗଡ ଗୌତମ ନଗରର ୨ ଭୀମପୁର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଇଗେଣିଆ,ବାପୁଜୀନଗର,ଭରତପୁର,ଭୀମଟାଙ୍ଗୀ,ଚନ୍ଦକା, ସିଆରପିଏଫ କ୍ୟାମ୍ପସ୍,କଟକ ରୋଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।