ପଦ୍ମିନୀ ଏକାଦଶୀ ବ୍ରତ, ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ଅଧିକ ମାସ ବା ମଳ ମାସ ଶୁକ୍ଳ ପକ୍ଷ ତିଥି ଅର୍ଥାତ୍ ରବିବାର ଦିନ ପଡୁଛି ପଦ୍ମିନୀ ଏକାଦଶୀ। ଏହି ଏକାଦଶୀ ବ୍ରତ ସବୁ ବ୍ରତ ମଧ୍ୟରେ ଶ୍ରେଷ୍ଠ। ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଧିକ ମାସରେ ହିଁ ଏହି ବ୍ରତର ମହତ୍ତ୍ୱ ଏବଂ ଅଧିକ ଗୁରୁତ୍ୱ ରହିଥାଏ। ଏହି ଦିନ ବ୍ରତ ରଖିବା ଦ୍ୱାରା ବିଷ୍ଣୁ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।
ବ୍ରତର ପୂଜା ବିଧି :
ପଦ୍ମିନୀ ଏକାଦଶୀ ବ୍ରତ ଦିନ ସକାଳୁ ଜଲଦି ସ୍ନାନ କରିବା ପରେ ପୂଜା ସ୍ଥଳେ ବସି ବ୍ରତ ର ସଂକଳ୍ପ ନିଅନ୍ତୁ। ଏହା ପରେ ପୂଜା କାର୍ଯ୍ୟ ଆରମ୍ଭ ଆରମ୍ଭ କରନ୍ତୁ। ଏହି ସମୟରେ ବିଷ୍ଣୁ ପୁରାଣ ପଢନ୍ତୁ। ଏହି ବ୍ରତ କରିବା ସମୟରେ ରାତିରେ ମଧ୍ୟ ଭଗବାନ ବିଷ୍ଣୁଙ୍କ ପୂଜା କରିପାରିବେ। ଏଥିପାଇଁ ରାତିରେ ଭଜନ କିମ୍ବା କୀର୍ତ୍ତନ କରିବା ଦରକାର। ବ୍ରତର ପ୍ରତି ପ୍ରହରରେ ପୂଜାର ବିଧାନ ରହିଛି। ଏକାଦଶୀ ବ୍ରତରପୂଜା ସମାପ୍ତ ମଧ୍ୟ ବିଧିବିଧାନ ସହିତ ହେବା ଜରୁରୀ, ତା’ ପରେ ହିଁ ଏହାର ଫଳ ମିଳିଥାଏ।