ମୁଣ୍ଡରେ ଇଟା ବୋଝ, କାନ୍ଧରେ ଝୁଲୁଛି ପିଲା ! ଦେଖନ୍ତୁ ଏ ମା’ ତ୍ୟାଗର ଗୋଟେ ଝଲକ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଆଚ୍ଛା ଆଚ୍ଛା ଲୋକଙ୍କୁ ବି ଇମୋସନାଲ କରିଦେଉଛି। ବିଶ୍ୱାସ କରନ୍ତୁ ଆପଣ ଏ ଫଟୋ ଦେଖିଲେ ନିଶ୍ଚୟ ଭାବରେ ବୁଝିପାରିବେ ଯେ ଦୁନିଆର ମାଆର କେତେ ବଡ ତ୍ୟାଜ ରହିଛି ଆମ ଉପରେ।

ଆମେ ଜାଣିଛନ୍ତି ମା’ର ସ୍ଥାନ ଅପୂରଣୀୟ। ତାର ସ୍ନେହ, ପ୍ରେମ, ମମତା ଆଗରେ ସବୁକିଛି ତୁଚ୍ଛ। ମାଆ ତାର ପିଲା ପାଇଁ କଣ କଣ ସବୁ ତ୍ୟାଗ କରିପାରେ ତାର ଗୋଟେ ଝଲକ ଆପଣ ଏ ଫଟୋ ଦେଖି ଜାଣିପାରୁଥିବେ।


ଏହି ଫଟୋକୁ ଅଭିନେତ୍ରୀ ଶବାନା ଆଜମି ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି ‘ମାଆ ତୁଝେ ସଲାମ’। ଏହା ପୋଷ୍ଟ ହେବା ମାତ୍ରକେ ହିଁ ୧୦ ହଜାର ପାଖାପାଖି ଲାଇକ୍‌ ମିଳିବା ସହିତ ୭୦୦ ରୁ ଅଧିକ ରିଟ୍ଵିଟ ମିଳିସାରିଛି।

ତେବେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ବହୁତ ଲୋକ କମେଣ୍ଟ କରି ଏହି ମାଆର ସାହସକୁ ପ୍ରଶଂସା କରିବା ସହିତ ତାଙ୍କ ଧୈର୍ଯ୍ୟକୁ ସାଲ୍ୟୁଟ୍‌ କରୁଛନ୍ତି।