ଯାଜପୁର: ହରିଦାସପୁର ରାମକୋ କମ୍ପାନୀକୁ ନେଇ ଘନଉଛି ବିବାଦ, କମ୍ପାନୀ ବିରୋଧରେ ମୁହଁ ଖୋଲିଲେ ହରିଦାସପୁର ଓ ଥାନୁଆଳ ପଞ୍ଚାୟତ ଜନପ୍ରତିନିଧି 

ଯାଜପରୁ (କେନ୍ୟୁଜ): ଯାଜପୁର ଜିଲ୍ଲା ହରିଦାସପୁରଠାରେ ଗଢି ଉଠିଥିବା ରାମକୋ କମ୍ପାନୀକୁ ନେଇ ଘନୋଉଛି ବିବାଦ । କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିବା ଅଭିଯୋଗରେ ଗତ ତିନି ଦିନ ତଳେ ଆନ୍ଦୋଳନକୁ ଓହ୍ଲାଇଥିଲେ ରାମକୋ ପ୍ରତିରୋଧ ସଂଗ୍ରାମ  ସମିତି। ତେବେ ଆଜି ସମାନ ଅଭିଯୋଗ ଆଣି ସ୍ଥାନୀୟ ହରିଦାସପୁର ଓ ଥାନୁଆଳ ପଞ୍ଚାୟତ ଲୋକପ୍ରତିନିଧି ପୃଥକ ସାମ୍ବାଦିକ ସମ୍ମିଳନୀ ଡକାଇ କମ୍ପାନୀ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖିଛନ୍ତି । କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ସ୍ଥାନୀୟ ବେକାର ଯୁବକଙ୍କୁ ନିଯୁକ୍ତି ଦେବା ସହ ସ୍ୱାସ୍ଥ୍ୟସେବା, ବୃକ୍ଷ ରୋପଣ, ପାନୀୟଜଳ, ଆଲୋକୀକରଣ, ପାରିପାର୍ଶ୍ବିକ ବିକାଶ ଭଳି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବାକୁ ପଞ୍ଚାୟତବାସୀଙ୍କୁ  ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏଯାବତ୍ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନ ନକରିବାରୁ ହରିଦାସପୁର ସରପଞ୍ଚ ଓ ସମିତସଭ୍ୟ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ramco company

ସେହିପରି ସ୍ଥାନୀୟ ଥାନୁଆଳ ପଞ୍ଚାୟତ ସମିତିସଭ୍ୟ ପ୍ରସନ୍ନ ରାଉତ ବାଟିଜଙ୍ଗା ଗ୍ରାମରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୂପ ଅଭିଯୋଗ ଆଣଛିନ୍ତି । କମ୍ପାନୀ ପ୍ରତିଷ୍ଠା ହେବା ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇ ଆସିଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଜନପ୍ରପ୍ରତିନିଧିମାନେ ଯାଜପୁର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଯଦି ପ୍ରଶାସନ ଦାବି ପ୍ରତି ବିଚାର ନକରନ୍ତି ତେବେ ଆସନ୍ତା ୨୮ତାରିଖ ଦିନ କମ୍ପାନୀ ସମ୍ମଖୁରେ ଗଣଧାରଣା ଦେବାକୁ ଚେତାବନୀ ଦେଇଛନ୍ତି । ତେବେ ବିଗତ ଦିନରେ କମ୍ପାନୀକୁ ସହଯୋଗ କରି ଆସୁଥିବା ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ହଠାତ୍ କମ୍ପାନୀ ବିରୋଧରେ ମୁହଁ ଖୋଲିବା ନେଇ ସ୍ଥାନୀୟ ଅଞ୍ଚଳରେ  ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.