ରାହୁଲ ଗାନ୍ଧିଙ୍କୁ ମିଳିଲା ଆଗୁଆ ଜାମିନ୍ । ଆରଏସଏସ୍ ପକ୍ଷରୁ ଦାୟର ଏକ ମାମଲାରେ ତାଙ୍କୁ ଜାମିନ୍ ମିଳିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମୁମ୍ବାଇର ଏକ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଏହି ମାମଲାରେ ଆଜି ରାହୁଲ ଗାନ୍ଧି ମୁମ୍ବାଇର କୋର୍ଟରେ ହାଜର ହୋଇଥିଲେ । ସେ ନିର୍ଦ୍ଦୋଷ ବୋଲି କୋର୍ଟକୁ କହିଥିଲେ । ରାହୁଲ ଗାନ୍ଧିଙ୍କ ପକ୍ଷରୁ ପୂର୍ବତନ ସାଂସଦ ଏକନାଥ ଗାୟକଓ୍ଵାର୍ଡ ବେଲ୍ ବଣ୍ଡ ଭରିଥିଲେ । ରାହୁଲ ଗାନ୍ଧି କୋର୍ଟରେ ହାଜର ହେବା ବେଳେ କୋର୍ଟ ବାହାରେ ଅନେକ କଂଗ୍ରେସ କାର୍ୟ୍ୟକର୍ତ୍ତା ଏକାଠି ହୋଇ ତାଙ୍କ ସମର୍ଥନରେ ନାରାବାଜି କରିଥିଲେ । ବେଙ୍ଗାଲୁରୁ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ବିଜେପି ଓ ଆରଏସ୍ଏସ୍ ବିଚାରଧାରାର ବ୍ୟକ୍ତି ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ । ଏନେଇ ଆରଏସ୍ଏସ୍ କାର୍ଯ୍ୟକର୍ତ୍ତା ମାମଲା ରୁଜୁ କରିଥିଲେ ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…