Below header

ଗିରଫ ପୂର୍ବରୁ ରାହୁଲଙ୍କୁ ମିଳିଲା ଜାମିନ୍, ୧୫ ହଜାର ଟଙ୍କା ମୁଚାଲିକାରେ ଦେଲେ କୋର୍ଟ

ରାହୁଲ ଗାନ୍ଧିଙ୍କୁ ମିଳିଲା ଆଗୁଆ ଜାମିନ୍ । ଆରଏସଏସ୍ ପକ୍ଷରୁ ଦାୟର ଏକ ମାମଲାରେ ତାଙ୍କୁ ଜାମିନ୍ ମିଳିଛି । ୧୫ ହଜାର ଟଙ୍କା ମୁଚାଲିକାରେ ମୁମ୍ବାଇର ଏକ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ଏହି ମାମଲାରେ ଆଜି ରାହୁଲ ଗାନ୍ଧି ମୁମ୍ବାଇର କୋର୍ଟରେ ହାଜର ହୋଇଥିଲେ । ସେ ନିର୍ଦ୍ଦୋଷ ବୋଲି କୋର୍ଟକୁ କହିଥିଲେ । ରାହୁଲ ଗାନ୍ଧିଙ୍କ ପକ୍ଷରୁ ପୂର୍ବତନ ସାଂସଦ ଏକନାଥ ଗାୟକଓ୍ଵାର୍ଡ ବେଲ୍ ବଣ୍ଡ ଭରିଥିଲେ । ରାହୁଲ ଗାନ୍ଧି କୋର୍ଟରେ ହାଜର ହେବା ବେଳେ କୋର୍ଟ ବାହାରେ ଅନେକ କଂଗ୍ରେସ କାର‌୍ୟ୍ୟକର୍ତ୍ତା ଏକାଠି ହୋଇ ତାଙ୍କ ସମର୍ଥନରେ ନାରାବାଜି କରିଥିଲେ । ବେଙ୍ଗାଲୁରୁ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ବିଜେପି ଓ ଆରଏସ୍ଏସ୍ ବିଚାରଧାରାର ବ୍ୟକ୍ତି ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ । ଏନେଇ ଆରଏସ୍ଏସ୍ କାର୍ଯ୍ୟକର୍ତ୍ତା ମାମଲା ରୁଜୁ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.