ମହିଳାଙ୍କ ସହ ରାହୁଲ ଗାନ୍ଧୀଙ୍କ ଫଟୋରେ କାହାର ଏହି ରହସ୍ୟମୟ ଆଙ୍ଗୁଠି ? ସୋସିଆଲ୍ ମିଡିଆରେ ପ୍ରଶ୍ନର ପାହାଡ

ଆଜି ପ୍ରକାଶିତ ହୋଇଥିବା ଖବର କାଗଜରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ଫଟୋ ଆପଣମାନେ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ରାହୁଲ୍ ଜଣେ ବୃଦ୍ଧା ମହିଳାଙ୍କୁ ଆଲିଙ୍ଗନ କରିଥିବାର ନଜର ଆସିଛି । ଏହି ଫଟୋଟି କଂଗ୍ରେସ୍ ପାର୍ଟି ପକ୍ଷରୁ ଦିଆଯାଇଥିବା ବିଜ୍ଞାପନ ଯେଉଁଥିରେ ନିଜ ନ୍ୟାୟ ଯୋଜନାର ପ୍ରଚାର କରୁଛନ୍ତି ରାହୁଲ୍ ଗାନ୍ଧୀ ।

ଯଦି ଭଲଭାବରେ ଫଟୋକୁ ଦେଖିବେ ସେଥିରେ ଏକ ରହସ୍ୟମୟ ହାତର ଆଙ୍ଗୁଠି ଦେଖାଯାଉଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ପ୍ରଶ୍ନ । ରାହୁଲ୍ ଗାନ୍ଧୀଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିସାରିଲେଣି ୟୁଜର୍ ।

ଜଣେ ବିଜେପି ନେତା ତେଜିନ୍ଦର ପାଲ୍ ଟୁଇଟ୍ କରିଛନ୍ତି, ଏ ତୃତୀୟ ହାତ କାହାର ରାହୁଲ୍ ଜୀ ? ମୁଁ କାଲି କହିଥିଲି ନା ଭଲ ପିଆର୍ ଏଜେନ୍ସି ରଖନ୍ତୁ । ତେବେ ତେଜିନ୍ଦରଙ୍କ ଟୁଇଟ୍ ପରେ ଅନେକ ୟୁଜର୍ ଏହି ଫଟୋ ଉପରେ ଆଙ୍ଗୁଠି ଉଠାଇଛନ୍ତି । କେହି ରାହୁଲ ଗାନ୍ଧୀଙ୍କ ନକଲି ଫଟୋ କହିବା ସହ କେହି କହୁଛନ୍ତି ଏହା ଆଇନର ହାତ ଯାହା ରାହୁଲଙ୍କ ପିଛା ଛାଡୁନି । ତେବେ ଏହି ରହସ୍ୟମୟ ହାତର ସତ୍ୟତା କଣ ?

ଏହି ଫଟୋଟି ଅରିଜିନାଲ୍ ଫର୍ମରେ କଂଗ୍ରେସର ଟୁଇଟର ଆକାଉଂରୁ ଅନେକ ବର୍ଷ ତଳେ ସେୟାର୍ କରାଯାଇଥିଲା । ଅରିଜିନାଲ୍ ଫଟୋରୁ ସ୍ପଷ୍ଟ ଜଣା ପଡୁଛି ଏହା କୌଣନି ଫେକ୍ କିମ୍ବା ଏଡିଟେଡ୍ ଫଟୋ ନୁହେଁ । ୯ ଡିସେମ୍ବର ୨୦୧୫ରେ ଏହି ଫଟୋକୁ ଟୁଇଟ୍ କରିଥିଲା କଂଗ୍ରେସ୍ । ଯେତେବେଳେ ରାହୁଲ୍ ଗାନ୍ଧୀ ବନ୍ୟା ପୀଡିତଙ୍କୁ ଦେଖା କରିବାକୁ ତାମିଲନାଡୁ ଏବଂ ପୁଡୁଚେରୀ ଯାଇଥିଲେ । ଅରିଜିନାଲ୍ ଫଟୋରୁ ସ୍ପଷ୍ଟ ଜଣାପଡୁଛି ଏହି ଗରିବ ମହିଳାଙ୍କ ପିଠି ଉପରେ ଦେଖାଯାଉଥିବା ହାତ ଜଣେ କଂଗ୍ରେସ୍ ନେତାଙ୍କ । ଏହି କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀଙ୍କ ସହ ଛିଡା ହୋଇଛନ୍ତି ଏବଂ ମହିଳାଙ୍କୁ ସାହାରା ଦେବାକୁ ଚେଷ୍ଟା କରୁଛନ୍ତି ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 min ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

14 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

15 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago