Below header

ମହିଳାଙ୍କ ସହ ରାହୁଲ ଗାନ୍ଧୀଙ୍କ ଫଟୋରେ କାହାର ଏହି ରହସ୍ୟମୟ ଆଙ୍ଗୁଠି ? ସୋସିଆଲ୍ ମିଡିଆରେ ପ୍ରଶ୍ନର ପାହାଡ

ଆଜି ପ୍ରକାଶିତ ହୋଇଥିବା ଖବର କାଗଜରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ଫଟୋ ଆପଣମାନେ ନିଶ୍ଚୟ ଦେଖିଥିବେ । ଯେଉଁଥିରେ ରାହୁଲ୍ ଜଣେ ବୃଦ୍ଧା ମହିଳାଙ୍କୁ ଆଲିଙ୍ଗନ କରିଥିବାର ନଜର ଆସିଛି । ଏହି ଫଟୋଟି କଂଗ୍ରେସ୍ ପାର୍ଟି ପକ୍ଷରୁ ଦିଆଯାଇଥିବା ବିଜ୍ଞାପନ ଯେଉଁଥିରେ ନିଜ ନ୍ୟାୟ ଯୋଜନାର ପ୍ରଚାର କରୁଛନ୍ତି ରାହୁଲ୍ ଗାନ୍ଧୀ ।

ଯଦି ଭଲଭାବରେ ଫଟୋକୁ ଦେଖିବେ ସେଥିରେ ଏକ ରହସ୍ୟମୟ ହାତର ଆଙ୍ଗୁଠି ଦେଖାଯାଉଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ପ୍ରଶ୍ନ । ରାହୁଲ୍ ଗାନ୍ଧୀଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିସାରିଲେଣି ୟୁଜର୍ ।

congressଜଣେ ବିଜେପି ନେତା ତେଜିନ୍ଦର ପାଲ୍ ଟୁଇଟ୍ କରିଛନ୍ତି, ଏ ତୃତୀୟ ହାତ କାହାର ରାହୁଲ୍ ଜୀ ? ମୁଁ କାଲି କହିଥିଲି ନା ଭଲ ପିଆର୍ ଏଜେନ୍ସି ରଖନ୍ତୁ । ତେବେ ତେଜିନ୍ଦରଙ୍କ ଟୁଇଟ୍ ପରେ ଅନେକ ୟୁଜର୍ ଏହି ଫଟୋ ଉପରେ ଆଙ୍ଗୁଠି ଉଠାଇଛନ୍ତି । କେହି ରାହୁଲ ଗାନ୍ଧୀଙ୍କ ନକଲି ଫଟୋ କହିବା ସହ କେହି କହୁଛନ୍ତି ଏହା ଆଇନର ହାତ ଯାହା ରାହୁଲଙ୍କ ପିଛା ଛାଡୁନି । ତେବେ ଏହି ରହସ୍ୟମୟ ହାତର ସତ୍ୟତା କଣ ?

ଏହି ଫଟୋଟି ଅରିଜିନାଲ୍ ଫର୍ମରେ କଂଗ୍ରେସର ଟୁଇଟର ଆକାଉଂରୁ ଅନେକ ବର୍ଷ ତଳେ ସେୟାର୍ କରାଯାଇଥିଲା । ଅରିଜିନାଲ୍ ଫଟୋରୁ ସ୍ପଷ୍ଟ ଜଣା ପଡୁଛି ଏହା କୌଣନି ଫେକ୍ କିମ୍ବା ଏଡିଟେଡ୍ ଫଟୋ ନୁହେଁ । ୯ ଡିସେମ୍ବର ୨୦୧୫ରେ ଏହି ଫଟୋକୁ ଟୁଇଟ୍ କରିଥିଲା କଂଗ୍ରେସ୍ । ଯେତେବେଳେ ରାହୁଲ୍ ଗାନ୍ଧୀ ବନ୍ୟା ପୀଡିତଙ୍କୁ ଦେଖା କରିବାକୁ ତାମିଲନାଡୁ ଏବଂ ପୁଡୁଚେରୀ ଯାଇଥିଲେ । ଅରିଜିନାଲ୍ ଫଟୋରୁ ସ୍ପଷ୍ଟ ଜଣାପଡୁଛି ଏହି ଗରିବ ମହିଳାଙ୍କ ପିଠି ଉପରେ ଦେଖାଯାଉଥିବା ହାତ ଜଣେ କଂଗ୍ରେସ୍ ନେତାଙ୍କ । ଏହି କଂଗ୍ରେସ୍ ନେତା ରାହୁଲ୍ ଗାନ୍ଧୀଙ୍କ ସହ ଛିଡା ହୋଇଛନ୍ତି ଏବଂ ମହିଳାଙ୍କୁ ସାହାରା ଦେବାକୁ ଚେଷ୍ଟା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.